ଟିଏମ୍‌ସି ସହ ଯୋଗାଯୋଗରେ ଅଛନ୍ତି ୩ ବିଜେପି ସାଂସଦ, ଅଭିଯୋଗକୁ ଖଣ୍ଡନ କଲା ଦଳ

Published By : Prameya-News7 Bureau | June 06, 2024 IST

India Today

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ୩ ବିଜେପି ସାଂସଦ ଯୋଗାଯୋଗରେ ଥିବା ଦାବି କରିଛି ଟିଏମ୍‌ସି। ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ନିଜର ଦୁର୍ଗକୁ ବଜାୟ ରଖିଛି। ରେଜଲ୍ଟ ବାହାରିବାର ୨ ଦିନ ପରେ ଏପରି ଦାବି କରିଛି ଟିଏମ୍‌ସି, କିନ୍ତୁ ସିଧାସଳଖ ବିଜେପି ନେତାଙ୍କ ଲିଙ୍କ୍‌ ନେଇ କହିନାହାନ୍ତି ମମତା। ସେପଟେ ବିଜେପିର ଦାବିକୁ ଗୁଜବ ବୋଲି କହିଛି ବିଜେପି।

ଲୋକସଭା ନିର୍ବାଚନର ସମସ୍ତ ସାତୋଟି ପର୍ଯ୍ୟାୟରେ ଭୋଟ୍ ଦେଇଥିବା ବେଙ୍ଗଲ ବିଜେପି ଆଡକୁ ମୁହାଁଇବ ବୋଲି ଆଶା କରାଯାଉଥିଲା। ପୂର୍ବ ରାଜ୍ୟର ସବୁଠୁ ହଟ୍‌ସ୍ପଟ୍‌ ଭାବେ ପରିଚିତ ବଙ୍ଗ ଗଡ଼ରେ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପୂର୍ବାନୁମାନ କରିଥିଲେ ଯେ ଏଠାରୁ ବିଜେପି ୩୫ଟି ଲୋକସଭା ଆସନ ପାଇବ। 

ଅଧିକାଂଶ ସର୍ଭେ ବିଶେଷ କରି ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ସମେତ ବିଜେପି ପାଇଁ ଲାଭ ହେବ ବୋଲି ପୂର୍ବାନୁମାନ କରିଥିଲା। ବିଜେପି ପାଇଁ 26–31 ସିଟ୍ ଏବଂ ଟିଏମ୍‌ସି ପାଇଁ ୧୧ ରୁ ୧୪ ମଧ୍ୟରେ ହେବ ବୋଲି ପୂର୍ବାନୁମାନ କରିଥିଲେ।

କିନ୍ତୁ ଏକଜିଟ୍‌ ପୋଲ୍‌ ଆକଳନ ସଠିକ ହୋଇନଥିଲା। କାମ ଦେଲାନି ମୋଦୀ-ଶାହ ଓ୍ୱେଭ୍‌। ୨୦୧୯ରେ ମମତା ୨୨ଟି ସିଟ୍‌ ଜିତିଥିବା ବେଳେ ଚଳିତ ନିର୍ବାଚନରେ ୨୯ ସିଟ୍‌ ଜିତିଛି। ସେହିପରି ୨୦୧୯ରେ ବିଜେପି ୧୮ ସିଟ୍‌ ଜିତିଥିବା ବେଳେ ଚଳିତ ନିର୍ବାଚନରେ ୧୨କୁ ଖସିଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.