ମୀନ ରାଶିରେ 'ତ୍ରିଗ୍ରହୀ' ଯୋଗ, ଏହି ୩ ରାଶିର ବ୍ୟକ୍ତି ଚାକିରୀରେ ପାଇବେ ପଦୋନ୍ନତି !

Published By : Prameya-News7 Bureau | May 21, 2022 IST

ଗ୍ରହମାନଙ୍କ ରାଶି ପରିବର୍ତ୍ତନ ପାଇଁ ମେ’ ମାସ ସବୁଠୁ ଅନ୍ୟତମ । ୨୦୨୨ ମସିହା ମେ’ ମାସରେ କେତେକ ଅନନ୍ୟ ଗ୍ରହ ରାଶି ପରିବର୍ତ୍ତନ କରିସାରିଛନ୍ତି । ଏହାସହ ଗ୍ରହମାନଙ୍କର ଯୁତି ମଧ୍ୟ ଲୋକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଛି । ମୀନ ରାଶିରେ ୩ ଗ୍ରହ ଯଥା ମଙ୍ଗଳ, ଗୁରୁ ଏବଂ ଶୁକ୍ର ଯୁତି ହୋଇଛନ୍ତି । ଭାଗ୍ୟ ବୃଦ୍ଧି କରୁଥିବା ଗୁରୁଙ୍କ ରାଶିରେ ତ୍ରିଗ୍ରହୀ ଯୋଗ ସମସ୍ତ ୧୨ଟି ରାଶିର ବ୍ୟକ୍ତିଙ୍କ ଉପରେ ପ୍ରଭାବ ପକାଇବ । ତେବେ ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ତ୍ରିଗ୍ରହୀ ଯୋଗ ଅତ୍ୟନ୍ତ ଶୁଭ ହୋଇପାରେ ।

ବୃଶ ରାଶି :

ବୃଶ ରାଶିର ବ୍ୟକ୍ତିଙ୍କ ପାଇଁ ଏହି ତ୍ରିଗ୍ରହୀ ଯୋଗ ଅତ୍ୟନ୍ତ ଶୁଭ ଫଳ ଦେବ । ବୃଷ ରାଶିର ସ୍ବାମୀ ଶୁକ୍ର ଏବଂ ଏହି ତ୍ରିଗ୍ରହୀ ଯୋଗ ମଙ୍ଗଳ, ଗୁରୁ, ଶୁକ୍ର ମିଶି ହୋଇଛି । ଏହାସହ ଶୁକ୍ର ଗ୍ରହ ଏହି ସମୟରେ ଲାଭ ସ୍ଥାନରେ ରହିଛନ୍ତି ଏଥିପାଇଁ ଏହି ରାଶିର ବ୍ୟକ୍ତିଙ୍କର ପଦୋନ୍ନତିର ଯୋଗ ରହିଛି । ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କ ଭଲ ରହିବ । ହଠାତ୍ କ୍ୟାରିୟର ସମ୍ବନ୍ଧୀୟ କୌଣସି ଭଲ ଖବର ମିଳିପାରେ । କ୍ୟାରିୟରକୁ ଉନ୍ନତ କରିବା ଦିଗରେ କରାଯାଇଥିବା ସମସ୍ତ ପ୍ରୟାସ ସଫଳତା ଦେବ ।

ମିଥୁନ ରାଶି :

ମିଥୁନ ରାଶିର ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଭାଗ୍ୟ ସମ୍ପୂର୍ଣ୍ଣ ସାଥ୍ ଦେବ । ବ୍ୟବସାୟ ସହ ଜଡିତ ଏହି ରାଶିର ବ୍ୟକ୍ତିଙ୍କୁ ଲାଭ ମିଳିପାରେ । ଅଟକି ରହିଥିବା ଟଙ୍କା ମିଳିପାରେ । ବ୍ୟବସାୟରେ ଉନ୍ନତି ହେବ । ଏହା ବ୍ୟତୀତ ବୈବାହିକ ଜୀବନ ପାଇଁ ଏହି ସମୟ ଉପଯୁକ୍ତ ଅଟେ । ସମ୍ପତ୍ତି ସମ୍ବନ୍ଧୀୟ ମାମଲାର ସମାଧାନ ହୋଇପାରେ ।

ବିଛା ରାଶି :

ମଙ୍ଗଳ-ଗୁରୁ-ଶୁକ୍ର ଯୁତି ବିଛା ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ସେମାନଙ୍କୁ ଧନ ଲାଭର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନରେ ସୁଖ-ସମୃଦ୍ଧି ବୃଦ୍ଧି ପାଇବ । ଏମିତି କିଛି ଜିନିଷ କିଣି ପାରନ୍ତି ଯାହାକୁ କିଣିବାକୁ ଦୀର୍ଘ ସମୟ ଧରି ଯୋଜନା କରିଥିବେ । ନବଦମ୍ପତ୍ତିଙ୍କୁ କୌଣସି ଖୁସି ଖବର ମିଳିପାରେ । ପ୍ରେମୀଯୁଗଳଙ୍କ ଜୀବନରେ ଭଲପାଇବା ବଢିବ ।

ବି.ଦ୍ର.- ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଏବଂ ସୂଚନା ଉପରେ ଆଧାରିତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.