କୋଲକାତା, ୨୯/୧୧: ପଶ୍ଚିମବଙ୍ଗ ନାଦିଆରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତିଙ୍କୁ ଏଭଳି ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯାହା ଆପଣ ହୁଏତ ବିଶ୍ବାସ କରିପାରିବେନି। ବ୍ୟକ୍ତିଙ୍କ ବେକରେ ଏକ ତ୍ରିଶୂଳ ଫୁଟିଯାଇଥିଲା। ଆଉ ସେ ସେହିପରି ବେକରେ ତ୍ରିଶୂଳ ଫୁଟନ୍ତା ଅବସ୍ଥାରେ ହିଁ ଅପରେସନ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ।
ସୂଚନାଅନୁଯାୟୀ, ବ୍ୟକ୍ତିଙ୍କ ନାମ ଭାସ୍କର ରାମ୍, ସେ କଲ୍ୟାଣୀ ଅଞ୍ଚଳରେ ରହୁଥିଲେ। ଗତ ରବିବାର ଜଣେ ବ୍ୟକ୍ତିଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଫଳରେ ରାଗରେ ଅନ୍ୟ ବ୍ୟକ୍ତି ଜଣକ ଭାସ୍କରଙ୍କ ବେକରେ ତ୍ରିଶୂଳ ଫୁଟାଇ ଦେଇଥିଲେ। ଏହି ଆକ୍ରମଣ ଦେଖି ଭାସ୍କରଙ୍କ ଭଉଣୀ ଘଟଣାସ୍ଥଳରେ ପ୍ରାଣବାୟୁ ଉଡ଼ିଯାଇଥିଲା। ଅନ୍ୟପଟେ ବ୍ୟକ୍ତି ଜଣକ ସେହିପରି ଅବସ୍ଥାରେ ୬୫ କିଲୋମିଟର ଚାଲି ଚାଲି ଏନଆରଏସ ମେଡିକାଲ କଲେଜ୍ କଲେଜ କଲିକତାରେ ପହଞ୍ଚିଥିଲେ।
ଡାକ୍ତରଙ୍କ କହିବା ଅନୁଯାୟୀ ୩୦ ସେମିର ଏହି ତ୍ରିଶୂଳ ଫୁଟିବା ପରେ ବି ତାଙ୍କୁ କୌଣସି ଯନ୍ତ୍ରଣା ହେଉନଥିଲା। ଯାହାକୁ ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଘଟଣାକୁ ଗମ୍ଭୀରତାର ସହ ନେଇ ଏନଆରଏସ ହସ୍ପିଟାଲର ଡାକ୍ତର ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ ଏବଂ ଅପରେସନ କରିଥିଲେ। ଭାସ୍କରଙ୍କ ପରିବାର ଅନୁଯାୟୀ, ଏହି ତ୍ରିଶୂଳ ୧୫୦ ବର୍ଷରୁ ଅଧିକ ପୁରୁଣା ଏବଂ ଏହାକୁ ସେମାନେ ଆବାହନମାନକାଳରୁ ପୂଜା କରିଆସୁଛନ୍ତି।