oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌
  • ||
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପଞ୍ଚମ ଶ୍ରାଦ୍ଧବାର୍ଷିକୀରେ ଦିବଂଗତ ନେତା ଲୁଲୁ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ, ସହିଦନଗର ଦୁର୍ଗାପୂଜା ମଣ୍ଡପରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ

6/11/2021 at 9:29 PM

ଭୁବନେଶ୍ୱର ୦୬।୧୧ : ଦିବଙ୍ଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଲୁଲୁ ମହାପାତ୍ରଙ୍କ ୫ମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଦିବଗନ୍ତ ନେତାଙ୍କୁ ଶ୍ରଦ୍ଧାଞ୍ଜଳୀ ଓ ସ୍ମୁତିଚାରଣ ସଭା ଭୁବନେଶ୍ୱର ସହିଦନଗର ଦୁର୍ଗାପୂଜା ମଣ୍ଡପ ପରିସରରେ  ଆୟୋଜିତ ଯୋଇଯାଇଛି । ସମାଜସେବୀ ଅମୀୟ ଦାସଙ୍କ ନେତୃତ୍ୱରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି । ଏହି ଅବସରରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ରଙ୍କ ସମେତ ବହୁ ଯୁବଗୋଷ୍ଠୀ ସାମିଲ ହୋଇଥିଲେ ।

ଏହା ପୂର୍ବରୁ ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ କୁଆଖାଇ ନଦୀରେ ତିଳ ତର୍ପଣ ସହ ବିଭିନ୍ନ ସମାଜସେବା କାର୍ଯ୍ୟରେ ସାମିଲ ହୋଇଥିଲେ ଲୁଲୁଙ୍କ ଅନ୍ତରଙ୍ଗ ବନ୍ଧୁ ଓ ତାଙ୍କ ସହଯୋଗୀ । ଝିଅ ଉପାସନା, ଜ୍ୱାଇଁ ଏବଂ ଅନ୍ତରଙ୍ଗ ବନ୍ଧୁ ଅମୀୟ ଦାସଙ୍କ ସହ ଲୁଲୁ ପ୍ରେମୀ ତିଳ ତର୍ପଣ କରି ଅମର ଆତ୍ମାର ସଦ୍‌ଗତି କାମନା କରିଥିଲେ।  ଏହି ଅବସରରେ  ଲୁଲୁ ଭାଇ ଭାବେ ପରିଚିତ ଏବଂ ଯୁବ ବର୍ଗଙ୍କ ପସନ୍ଦର ନେତା ଲଲାଟେନ୍ଦୁଙ୍କ ସ୍ମୁତିରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ପ୍ରିୟ ସହଯୋଗୀ, ବନ୍ଧୁ, ଯୁବ ପ୍ରଶଂସକ ଏବଂ ପରିବାର ପକ୍ଷରୁ ଲୁଲୁ ମହାପାତ୍ରଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି ।

ଏହାପରେ ରାଜଧାନୀର ବିଭିନ୍ନ ବାଳଶ୍ରମ ଏବଂ ବସ୍ତିରେ ଅମୀୟ ଦାସଙ୍କ ନେତୃତ୍ୱରେ କମ୍ବଳ , ଲୁଗା ଏବଂ ଖାଦ୍ୟ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଲୁଲୁ ପ୍ରେମୀ ଅନେକ ଯୁବକ ସାମିଲ ହୋଇଥିବା ବେଳେ ଲୁଲୁ ଭାଇଙ୍କ ନେତୃତ୍ୱ ସବୁଦିନ ଉଦାହରଣ ହୋଇ ରହିଥିବ। ତାଙ୍କ ଆଦର୍ଶ ଯୁବ ନେତୃତ୍ୱ ପାଇଁ ଅକ୍ଷତ ରହିବ ।ଏବଂ ସେ ଯେଉଁ ଯୁବ ଶକ୍ତି ଗଠନ କରିଛନ୍ତି । ତାହା ତାଙ୍କୁ ମନେ ପକାଉଥିବ ବୋଲି ତିଳ ତର୍ପଣରେ ସାମିଲ ଲୁଲୁ ପ୍ରେମୀ ମତ ଦେବା ସହ ଲୁଲୁଙ୍କ ସାହାଯ୍ୟ-ସହଯୋଗ ତାଙ୍କୁ ଅମର ରଖିବ ବୋଲି କହିଛନ୍ତି ।

   Related Posts