ଆଜି ଟ୍ରିବ୍ୟୁନାଲରେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି : ଓଡିଶାର ଦାବି ଉପରେ ନିଜର ପକ୍ଷ ରଖିବ ଆନ୍ଧ୍ରପ୍ରଦେଶ
9/07/2019 at 8:59 AM

ନୂଆଦିଲ୍ଲୀ ୯|୭: ବଂଶଧାରା ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲରେ ଶୁଣାଣି ହେବ । ଆଜି ଓଡିଶାର ଦାବି ଉପରେ ଆନ୍ଧ୍ରପ୍ରଦେଶ ନିଜର ପକ୍ଷ ରଖିବ । ଏହାସହ ଓଡିଶା ପ୍ରକଳ୍ପ ଅଞ୍ଚଳରେ କିପରି ଯୁଗ୍ମ ସର୍ଭେ ହେବ ତାକୁ ନେଇ ନିଜର ପକ୍ଷ ରଖିବ । ଟ୍ରିବୁନାଲ ଅଧ୍ୟକ୍ଷ ବିଚାରପତି ମୁକୁନ୍ଦକମ ଶର୍ମାଙ୍କ ଅଧ୍ୟକ୍ଷତାରେ ହେବ ଶୁଣାଣି ହେବ ।
ଗତ ଏପ୍ରିଲ ୩, ୪ ଓ ୫ ତାରିଖରେ ଶୁଣାଣି କରି ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସରକାରଙ୍କୁ ନେରେଡି ଓ କାଟ୍ରାଗଡ ପ୍ରକଳ୍ପର ଯୁଗ୍ମ ସର୍ଭେ କରିବା ପାଇଁ ବୈଷୟିକ ଟିମର ଅଫିସରଙ୍କ ତାଲିକା ଦେବା ପାଇଁ ନିର୍ଦେଶ ଦେଇଥିଲେ । ଆନ୍ଧ୍ର ଏହି ତାଲିକା ଦାଖଲ କରିଥିବା ବେଳେ ଓଡଶା ଏପର୍ଯ୍ୟନ୍ତ କରିନାହିଁ । ତେବେ ଫୋନି ଓ ନିର୍ବାଚନ କାରଣରୁ ବୈଷୟିକ ଟିମର ନାମ ଦିଆନଯିବା ଟ୍ରିବ୍ୟୁନାଲକୁ ଜଣାଇବ ଓଡିଶା।