ଗଣଦୁଷ୍କର୍ମର ଶିକାର ହେଲେ ମହିଳା, ନ୍ୟାୟ ବଦଳରେ ଜୋରିମାନା ଲଗାଇଲା କଙ୍ଗାରୁକୋର୍ଟ, ୫ ଗିରଫ
24/08/2020 at 10:11 PM

କୋଲକାତା ୨୪।୦୮: ୩୨ ବର୍ଷୀୟ ଜଣେ ଆଦିବାସୀ ମହିଳା ଓ ତାଙ୍କ ପ୍ରେମିକକୁ ଅପହରଣ କରିବା ପରେ ମହିଳା ଗଣଦୁଷ୍କର୍ମର ଶିକାର ହେବା ଘଟଣା ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଘଟିଛି। ସୋମବାର ପୋଲିସ୍ ଏହି ସୂଚନା ଦେଇଛି। ଅପରପକ୍ଷେ କଙ୍ଗାରୁ କୋର୍ଟ ଓଲଟା ପୀଡିତା ମହିଳା ଓ ତାଙ୍କ ପ୍ରେମିକଙ୍କ ଉପରେ ଯଥାକ୍ରମେ ୧୦ ହଜାର ଓ ୫୦ ହଜାର ଟଙ୍କାର ଜୋରିମାନା ଲଗାଇଛି।
ପୋଲିସ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି। ବିଧବା ମହିଳା ନିଜର ୩ ପିଲା ଓ ପ୍ରେମିକ ସହିତ ବାଇକ୍ରେ ଅଗଷ୍ଟ ୧୮ ସନ୍ଧ୍ୟାରେ ମହମ୍ମଦବଜାର ଅଞ୍ଚଳରେ ସ୍ଥିତ ନିଜ ଘରକୁ ଫେରିଛନ୍ତି। ଗାଁକୁ ସନ୍ଧ୍ୟାରେ ଫେରିବା ବାଟରେ ସେମାନଙ୍କୁ କିଛି ଲୋକ ଅଟକାଇଥିଲେ। ଏହା ପରେ ବଳପୂର୍ବକ ଉଭୟଙ୍କୁ ରାତିରେ ଏକ ବନ୍ଦ କୋଠରୀରେ ବନ୍ଦ କରି ରଖିଥିଲେ। ତା ପରଦିନ ମହିଳାଙ୍କୁ ଘର ନିକଟ ଜଙ୍ଗଲକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ବୋଲି ମହିଳା ଜଣକ ଥାନାରେ ଅଭିଯୋଗ କରିଛନ୍ତି।
ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବୀରଭୂମି ଜିଲ୍ଲାର ଅତିରିକ୍ତ ପୋଲିସ ନୀରିକ୍ଷକ ସୁବିମାଲ ପଲ କହିଛନ୍ତି। ପୀଡିତା ଓ ତାଙ୍କ ପ୍ରେମିକା ଗାଁକୁ ଆସିବା ପରେ ସେମାନଙ୍କୁ କଙ୍ଗାରୁ କୋର୍ଟରେ ହାଜର କରାଯାଇଥିଲା। ଉଭୟଙ୍କୁ ଜୋରିମାନା ଲଗାଯାଇଥିବା ପୋଲିସ କହିଛି। କଙ୍ଗାରୁ ଅଦାଲତ ମାମଲାରେ ମଧ୍ୟ ଯାଞ୍ଚ ଆରମ୍ଭ କରାଯାଇଥିବା ପୋଲିସ କହିଛି।
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ପୀଡିତା ମହିଳାଙ୍କ ସହିତ ଗଣଦୁଷ୍କର୍ମ କରାଯିବା ପରେ କଙ୍ଗାରୁକୋର୍ଟ ଦ୍ଵାରା ଜୋରିମାନା ଲଗାଯାଇଛି। କାରଣ ମହିଳା ଜଣେ ଅଣ ଆଦିବାସୀ ଯୁବକଙ୍କୁ ଭଲ ପାଉଛନ୍ତି। ପୋଲିସ ଏହି ମାମଲାର ଯାଞ୍ଚ କରିବା ସହିତ ଏଫଆଇଆର ରୁଜୁ କରିଛି।
ଗିରଫ ସମସ୍ତ ୫ ଗଣଦୁଷ୍କର୍ମର ଅଭିଯୁକ୍ତ। ସେମାନଙ୍କ ବିରୋଧରେ ପୋଲିସ ଅପହରଣ, ଦୁଷ୍କର୍ମ ଓ ଅପରାଧିକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।