ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଓଡ଼ିଶାର ଆଦିବାସୀ କଳା ଏବଂ ଚିତ୍ର ପ୍ରଦର୍ଶନୀ ଆୟୋଜିତ, ୨୬ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ
22/08/2022 at 8:04 PM

ନୂଆଦିଲ୍ଲୀ, ୨୨/୦୮: ଓଡ଼ିଶାର ଆଦିବାସୀ କଳା ଏବଂ ଚିତ୍ରର ସୁନ୍ଦର୍ ପ୍ରଦର୍ଶନୀ ନୂଆଦିଲ୍ଲୀରେ ଦେଖିବାକୁ ମିଳିଛି। ଆଦିବାସୀ ଲୋକ କଳା ଏବଂ ଆଦିବାସୀ କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାରଙ୍କ ଏ ପ୍ରୟାସ କଳାକାରମାନଙ୍କ ମନରେ ନୂଆ ଆଶା ସଂଚାର କରିଛି।
ନୂଆଦିଲ୍ଲୀର ଇଣ୍ଡିଆ ହାବିଟାଟ୍ ସେଣ୍ଟରରେ ଓଡିଶା ଲଲିତ କାଳା ଏକାଡେମୀ ଦ୍ୱାରା ପ୍ରଦର୍ଶିତ ହୋଇଛି ଏହି ଆଦିବାସୀ କଳା ପ୍ରଦର୍ଶନୀ । ଓଡ଼ିଶା ଆଦିବାସୀ କଳାର ଉତ୍କୃଷ୍ଟ ପ୍ରଦର୍ଶନୀ ଏଠାରେ ଦେଖିବାକୁ ମିଳିଛି। କଳାକାରମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ଚିତ୍ର କଳାର ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ୩୨ ଜଣ କଳାକାରଙ୍କ ୪୦ ଟି ଚିତ୍ର ଏଠାରେ ପ୍ରଦର୍ଶିତ ହୋଇଛି । ପ୍ରଦର୍ଶିତ ଚିତ୍ରର ମୁଲ୍ୟ ୨୦,୦୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହି ଟଙ୍କା ସିଧା କଳାକାରଙ୍କ ଖାତାକୁ ଯିବ।

ଆଦିବାସୀ କଳାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ଦିଲ୍ଲୀରେ ଏହି ପ୍ରଦର୍ଶନୀକୁ ବିଜ୍ଞାପନ ମୁଖ୍ୟ ସଚିବ ମଧୁସୂଦନ ପାଢି ଉଦ୍ଘାଟନ କରିଥିଲେ । ଆନ୍ତର୍ଜାତୀୟ ବାଲୁକା କଳାକାର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏବଂ କଳାକାର ଗଜେନ୍ଦ୍ର ପ୍ରସାଦ ସାହୁ ଯୋଗ ଦେଇଥିଲେ । ଏହି ପ୍ରଦର୍ଶନୀ ୨୬ ଅଗଷ୍ଟ, ପର୍ଯ୍ୟନ୍ତ ଜାରି ରହିବ।