ଖଣ୍ଡାରେ କେକ୍ କାଟିବା ପରେ ତ୍ରିରଙ୍ଗା ବୋତଲ ଫିଙ୍ଗି ବିବାଦରେ ରାମ ରହିମ, ସଫେଇ ରଖି କହିଲେ…
27/01/2023 at 11:30 AM

ନୂଆଦିଲ୍ଳୀ, ୨୭/୧୦: ଖଣ୍ଡାରେ କେକ୍ କାଟିବାକୁ ନେଇ ବିବାଦରେ ଫସିଛି ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ। ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ରାମ ରହିମ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ସେ ତ୍ରିରଙ୍ଗା ଆକୃତିର ଏକ ବୋତଲର ବ୍ୟବହାର କରୁଛନ୍ତି। ରାମ ରହିମ ଜୈବିକ ପନିପରିବାର ଉଦାହରଣ ଦେଇ ବୋତଲକୁ ତଳେ ଫିଙ୍ଗିଥିଲା। ଯାହାକୁ ନେଇ ବିବାଦ ହୋଇଥିଲା । ଏବେ ଏହାକୁ ନେଇ ବିବାଦ ଉପରେ ଡେରା ମୁଖ୍ୟ ସଫେଇ ରଖିଛି।
ସାଧ୍ବୀଙ୍କୁ ଯୌନ ଶୋଷଣ ଏବଂ ହତ୍ୟାକୁ ନେଇ ତିନିଟି ମାମଲାରେ ଫସିଥିବା ରାମ ରହିମ ୨୦-୨୦ ବର୍ଷର ଦଣ୍ଡ କାଟୁଛି ରାମ ରହିମ୍। ୟୁପିର ବରନାବା ଆଶ୍ରମରୁ ୪୦ ଦିନର ପାରୋଲରେ ଆସିଛି ରାମ ରହିମ। ସେ ପ୍ରତିଦିନ ସତ୍ସଙ୍ଗ ଏବଂ ଦୈନିକ କାର୍ଯ୍ୟର ଭିଡିଓ ତିଆରି କରୁଛି। ଏଥିମଧ୍ୟରେ ସେ ୨୫ ଜାନୁଆରୀ ସକାଳେ ଜୈବିକ ପରିବା ତିଆରି କରିବାର ଏକ ଭିଡିଓ ଜାରି କରିଥିଲା। ଏହି ଭିଡିଓରେ ତ୍ରିରଙ୍ଗା ଆକୃତିର ଏକ ବୋତଲ ଦେଖାଯାଇଥିଲା।
ବିବାଦ ପରେ ରାମ ରହିମ କହିଛି ଯେ ଆମେ ରଙ୍ଗବେରଙ୍ଗର ବୋତଲ ଦେଖାଇଥିଲୁ। କୌଣସି ବୋତଲରେ ତ୍ରିରଙ୍ଗା ନଥିଲା। ସେଥିରେ ତ୍ରିରଙ୍ଗା ରଙ୍ଗ ନଥିଲା। ଆପଣଙ୍କୁ ଅନୁରୋଧ ଯେ ଏହାକୁ ତ୍ରିରଙ୍ଗା କୁହନ୍ତୁ ନାହିଁ। ଅଶୋକ ଚକ୍ର କୁହନ୍ତୁ ନାହିଁ। ବୋତଲରେ କେବଳ ତିନି ରଙ୍ଗ ନଥିଲା।
ରାମ ରହିମ ଖଣ୍ଡାରେ କାଟିଥିଲେ କେକ୍:
ରାମ ରହିମ କିଛି ଦିନ ପୂର୍ବରୁ ପାରୋଲରେ ରୋହତକ୍ ଜେଲ୍ରୁ ବରନାବା ଆଶ୍ରମ ପହଞ୍ଚିଥିଲା। ଏଠାରେ ସେ ଡେରା ସଚ୍ଚା ସୌଦାର ଅନ୍ୟ ସନ୍ଥ ଶାହ ସତନାକଙ୍କ ଜନ୍ମଦିନରେ ଖଣ୍ଡାରେ ୫ କେକ୍ କାଟିଥିଲା। ଏହାକୁ ନେଇ ବିବାଦ ହୋଇଥିଲା। ଦଣ୍ଡ ପରେ ରାମ ରହିମଙ୍କୁ ଚତୁର୍ଥ ଥର ଆଶ୍ବସ୍ତି ମିଳିଛି। ୨୦୨୨ ରେ ପ୍ରଥମ ଥର ୭ ଫେବୃଆରୀରେ ୨୧ ଦିନ ପାଇଁ ପାରୋଲ ମିଳିଥିଲା। ଏହାପରେ ୨୦୨୨ ରେ ୧୭ ଜୁନ୍ ୨୦୨୨ ରେ ୩୦ ଦିନ, ଅକ୍ଟୋବରରେ ୪୦ ଦିନ ପାରୋଲ ମିଳିଥିଲା। ଆଉ ଚଳିତ ବର୍ଷ ୨୧ ଜାନୁଆରୀରୁ ୪୦ ଦିନ ପାରୋଲରେ ଜେଲ୍ ବାହାରକୁ ଆସିଛି।