oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ସରିଲା ୧୨ରୁ ୧୮ ବର୍ଷର ପିଲାଙ୍କ ଭ୍ୟାକ୍ସିନ ପରୀକ୍ଷଣ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟିକାକରଣ

27/06/2021 at 5:39 PM

ନୂଆଦିଲ୍ଲୀ ୨୭।୦୬: କରୋନାର ଦ୍ଵିତୀୟ ଲହରର ପ୍ରକୋପ ଥମିବାରେ ଲାଗିଛି। ଅନ୍ୟପଟେ ଦେଶରେ ଟିକାକରଣ ଅଭିଯାନ ଦ୍ରୁତ ବେଗରେ ଜାରି ରହିଛି। ଏହା ମଧ୍ୟରେ ଆସିଛି ଆଉ ଏକ ସୁଖଦ ଖବର। ମହାମାରୀ କରୋନା  ସହ ମୁକାବିଲାରେ ଭାରତକୁ ଶୀଘ୍ର ମିଳିବାକୁ ଯାଉଛି ଆଉ ଏକ ଅସ୍ତ୍ର। ଜାୟଡସ କ୍ୟାଡିଲା ଭ୍ୟାକ୍ସିନର ପରୀକ୍ଷଣ ପ୍ରାୟତଃ ସଂପୂର୍ଣ୍ଣ ହୋଇ ସାରିଛି। ଜୁଲାଇ ଶେଷ ସୁଦ୍ଧା କିମ୍ବା ଅଗଷ୍ଟରେ ୧୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇପାର। ଏହାର ସୂଚନା ଦେଇଛନ୍ତି କୋଭିଡ୍ କାର୍ଯ୍ୟକାରୀ କମିଟିର ଅଧ୍ୟକ୍ଷ ଡ.ଏନକେ ଆରୋରା।

ଟିକାକରଣ ନେଇ ରବିବାର ସୂଚନା ଦେଇ ଏନ୍‌କେ ସିଂହ କହିଛନ୍ତି, ଆଇସିଏମଆରର ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ତୃତୀୟ ଲହର ବିଳମ୍ବରେ ଆସିବାର ସମ୍ଭାବନା ରହିଛି। ତେଣୁ ଆମ ପାଖରେ ଦେଶରେ ସବୁ ବର୍ଗଙ୍କ ଟିକାକରଣ ପାଇଁ ଛଅରୁ ଆଠ ମାସର ଓ୍ଵିଣ୍ଡୋ ଅବଧି ରହିଛି। ଆଗାମୀ ଦିନରେ  ପ୍ରତ୍ୟେକ ଦିନ ଏକ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି। 

ସୂଚନାଯୋଗ୍ୟ, କରୋନା ଭାଇରସ୍‌ର ନୂତନ ଭାରିଏଣ୍ଟ ବା ସ୍ଵରୂପ ଡେଲଟା ପ୍ଲସ୍ ଜୁନ ୧୧ରେ ଚିହ୍ନଟ ହୋଇଥିଲା। ଦେଶର ୧୨ଟି ରାଜ୍ୟରେ ଡେଲଟା ପ୍ଲସର ଏ ପର୍ଯ୍ୟନ୍ତ ୫୧ ମାମଲା ଚିହ୍ନଟ ହୋଇ ସାରିଛି। ଏହି ଭାରିଏଣ୍ଟର ସର୍ବାଧିକ କେସ୍ ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛି।

ଅନ୍ୟପଟେ ଗତକାଲି ଜାୟଡସ କାଡିଲା ଡିଏନ୍‌ ଭ୍ୟାକ୍ସିନର ପରୀକ୍ଷଣ ସରିଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ କେନ୍ଦ୍ର ସରକାର। ଖୁବ୍‌ଶୀଘ୍ର ୧୨-୧୮ ବୟସ ବର୍ଗଙ୍କର ଟିକାକରଣ ହେବ ବୋଲି କୋର୍ଟଙ୍କୁ କହିଥିଲେ କେନ୍ଦ୍ର ସରକାର। ଟିକାକରଣ ସମ୍ପର୍କିତ ତଥ୍ୟ ଦେବାକୁ ଯାଇ କୋର୍ଟଙ୍କୁ ଏହି ସୂଚନା ଦେଇଥିଲେ କେନ୍ଦ୍ର ସରକାର। ଏଥିସହିତ ଚଳିତ ବର୍ଷ ଶେଷ ସୁଦ୍ଧା ଦେଶରେ ସବୁ ପ୍ରାପ୍ତ ବୟସ୍କଙ୍କୁ ଟିକା ଦିଆଯିବ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇ ସତ୍ୟପାଠ ଦାଖଲ କରିଥିଲେ।

   Related Posts