<strong>ଜଳେଶ୍ୱରରେ </strong><strong>ଖୋଲିଲା ରିଲାଏନ୍ସ ଟ୍ରେଣ୍ଡସର ନୂଆ ଷ୍ଟୋର୍‌</strong>

Published By : Prameya-News7 Bureau | November 01, 2022 IST

ଭୁବନେଶ୍ୱର I ବାଲେଶ୍ୱର ୦୧/୧୧ : ଭାରତର ବଡ଼ ତଥା ଦ୍ରୁତ ଗତିରେ ବଢ଼ୁଥିବା ରିଲାଏନ୍ସ ରିଟେଲ୍‌ର ଆପାରେଲ ଓ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍‌ସ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ସହରରେ ତାର ନୂଆ ଷ୍ଟୋର ଖୋଲିଛି। ଟ୍ରେଣ୍ଡ୍‌ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ ଲୋକାଭିମୁଖି କରି ଫାସନରେ ଗଣତନ୍ତ୍ରର ବିକାଶ କରିଛି। ଏହା ଭାରତର ଗ୍ରାହକଙ୍କ ସମ୍ପର୍କ ସୁଦୃଢ କରିବା ସହ ମେଟ୍ରୋ, ମିନି ମେଟ୍ରୋଠାରୁ ଆରମ୍ଭ କରି ଟିୟର ୧, ଟିୟର ୨ ସହର ଓ ଆହୁରି ଅଧିକ ସ୍ଥାନରେ ଭାରତୀୟ ଉପଭୋକ୍ତାଙ୍କ ନିକଟରେ ପହଞ୍ଚିଛି। ଭାରତର ପସନ୍ଦଯୋଗ୍ୟ ଫ୍ୟାସନ ସପିଙ୍ଗ ଡେଷ୍ଟିନେସନ ପାଲଟିଛି।

ଜଳେଶ୍ୱର ସହରରେ ଏହି ଟ୍ରେଣ୍ଡ୍‌ସ ଷ୍ଟୋରର ମଡର୍ଣ୍ଣ ଲୁକ୍ ଏବଂ ପରିବେଶ ସହିତ ସ୍ଥାନୀୟ ଗ୍ରାହକଙ୍କ ମନଲାଖି ଉଚ୍ଚମାନର ଆକର୍ଷଣୀୟ ଫ୍ୟାସନ ମର୍ଚ୍ଚାଣ୍ଡାଇଜ ସମ୍ଭାର ଓ ସୁଲଭ ମୂଲ୍ୟ ଏହାକୁ ଅଧିକ ଆକର୍ଷଣୀୟ କରିଛି। ଜଳେଶ୍ୱର ସହର ତଥା ପାଖାପାଖି ଅଞ୍ଚଳର ଗ୍ରାହକମାନେ ଏବେ ଟ୍ରେଣ୍ଡି ମହିଳା ପୋଷାକ, ପୁରୁଷ ପୋଷାକ,  ଛୋଟ ପିଲାଙ୍କ  ପୋଷାକ ଓ ଫ୍ୟାସନ ଆସେସୋରିଜ ଅତି ସ୍ୱତନ୍ତ୍ର ମୂଲ୍ୟରେ ଓ କିଣାକିଣିର ଭଲ ଅନୁଭୂତି ପାଇପାରିବେ।

ଜଳେଶ୍ୱର ସହରରେ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ୬ହଜାର ୪୭ ବର୍ଗଫୁଟ ପରିମିତି ରହିଛି। ଏହି ୨ ଟି ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍‌ର ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ଉଦଘାଟନୀ ଅଫର ସହିତ ଆକର୍ଷଣୀୟ ଫ୍ୟାସନ ଓ ଲୋଭନୀୟ ମୂଲ୍ୟର ବ୍ୟାପକ ସମ୍ଭାର ରହିଛି। ଯେପରିକି ୩ହଜାର୯୯୯ ଟଙ୍କାର କିଣାକିଣି ଉପରେ ୧୯୯ ଟଙ୍କାର ଗୋଟିଏ ଆକର୍ଷଣୀୟ ଉପହାର ଗ୍ରାହକ ପାଇବେ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କିଣାକିଣି ଉପରେ ଗ୍ରାହକମାନେ ୧ହଜାର୫୦୦ ଟଙ୍କା ମୂଲ୍ୟର କୁପନ୍ ମଧ୍ୟ ସମ୍ପୂର୍ଣ୍ଣ ମାଗଣାରେ ପାଇବେ। ଅନ୍ଯପଟେ ଅନନ୍ୟ ଫ୍ୟାଶନ୍ ସପିଙ୍ଗ୍ ପାଇଁ ଜଳେଶ୍ୱର ସହରରେ ଖୋଲିଥିବା ନୂଆ ଟ୍ରେଣ୍ଡ୍‌ସ ଷ୍ଟୋର୍ ପ୍ରକୃଷ୍ଟ ସ୍ଥଳ ପାଲଟିଛି ବୋଲି ଗ୍ରାହକ ମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.