ଭୂମିକମ୍ପରେ ଥରିଲା ଦିଲ୍ଲୀ-NCR, ରିକ୍ଟର ସ୍କେଲରେ ତୀବ୍ରତା ୫.୯

Published By : Prameya-News7 Bureau | January 05, 2023 IST

ନୂଆଦିଲ୍ଲୀ ୫।୪: ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର)ରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସନ୍ଧ୍ୟା ୭ଟା ୫୭ ମିନିଟ୍‌ରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୯ ମପା ଯାଇଛି। ଭୂମିକମ୍ପ ପରେ କୌଣସି ପ୍ରକାର ଧନଜୀବନ ହାନୀ ନେଇ ସୂଚନା ମିଳି ନାହିଁ। ତେବେ କମ୍ପନରେ ଆତଙ୍କିତ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।

ଏହି କମ୍ପନର ପ୍ରଭାବ ଜମ୍ମୁ-କାଶ୍ମୀରରେ ମଧ୍ୟ ଅନୁଭୂତ ହୋଇଥିବାର ଜଣାପଡିଛି। ଭୂମିକମ୍ପର କେନ୍ଦ୍ର ଆଫଗାନିସ୍ତାନରେ ଥିବାର କୁହାଯାଉଛି। ଭୂମିକମ୍ପର ଝଟକା ପାକିସ୍ତାନର ଲାହୋର ଓ ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିବା ସୂଚନା ଆସୁଛି। ଭୂମିକମ୍ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ଭୂମିକମ୍ପ ଦୃଷ୍ଟିରୁ ଦିଲ୍ଲୀ ଏନସିଆର ଅତି ସମ୍ବେଦନଶୀଳ ଅଞ୍ଚଳ। ଯଦି ଏଠାରେ ବଡ଼ଧରଣର କମ୍ପନ ହୁଏ ତେବେ ଭୀଷଣ କ୍ଷୟକ୍ଷତି ହେବ।

ଗତ ନୂଆବର୍ଷ ଦିନ ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ୧ ଜାନୁୟାରୀ ବିଳମ୍ବିତ ରାତ୍ରିରେ ମେଘାଳୟର ନୋଙ୍ଗପୋହରେ ୩.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପର ଉତ୍ପତି ନୋଙ୍ଗପୋହରେ ମାଟିରୁ ୧୦ କିଲୋମିଟର ତଳେ ହୋଇଥିଲା। ଏହା ପୂର୍ବରୁ ୨୭-୨୮ ତାରିଖରେ ଉତ୍ତରାଖଣ୍ଡର ଉତ୍ତରକାଶୀରୁ ଆରମ୍ଭ କରି ନେପାଳ ପର୍ଯ୍ୟନ୍ତ ଅଢେଇ ଘଣ୍ଟା ମଧ୍ୟରେ ଅନେକ ଭୂମିକମ୍ପ ଅନୁଭୂତ ହୋଇଥିଲା। ତେବେ ଭୂମିକମ୍ପର ପ୍ରଥମ ଝଟକା ନେପାଳର ବାଗଲୁଙ୍ଗ ଜିଲ୍ଲାରେ ଅନୁଭୂତ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.