ପାହାଡ଼ରୁ ପଥର ଖସି ଯୁବତୀଙ୍କ ମୃତ୍ୟୁ : ୨ ଆହତ

Published By : Prameya-News7 Bureau | June 02, 2019 IST

କୁଲ୍ଲୁ ୨/୬: କୁଲ୍ଲୁ ମନାଲିକୁ ବୁଲିବାକୁ ଆସିଥିବା ୩ଜଣ ପର୍ଯ୍ୟଟକ ଦୁର୍ଘଟଣାର ଶିକାର ହୋଇଛନ୍ତି ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଛି। ଏହି ପର୍ଯ୍ୟଟକମାନେ ଟ୍ରାକିଙ୍ଗ୍ କରୁଥିବାବେଳେ ଖରାପ ପାଗ ହୋଇଥିବାରୁ ପାହାଡ଼ରୁ ଏକ ପଥର ତାଙ୍କ ଉପରେ ପଡ଼ି ଯାଇଥିଲା। ଆହତଙ୍କ ଚିକିତ୍ସା ଚାଲିଛି,ମୃତ ଯୁବତୀଙ୍କ ଶବର ପୋଷ୍ଟମର୍ଟମ୍ ଆଜି କୁଲ୍ଲୁର ଶବଗୃହରେ ହେବ। ପୋଲିସ୍ ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ ୩ଜଣ ଉତ୍ତରପ୍ରଦେଶର ବାସିନ୍ଦା। ବରଶେନି-ଖୀରଗଙ୍ଗା ଟ୍ରାକରେ ଜଣେ ଯୁବତୀ ୨ଜଣ ପର୍ଯ୍ୟଟକଙ୍କ ସହ ଟ୍ରାକିଙ୍ଗ୍ କରୁଥିଲେ। ପାଗ ଖରାପ ଥିବା ଯୋଗୁଁ ଝଡ଼ ଏବଂ ବିଜୁଳି ମାରିବାରୁ ପାହାଡ଼ରୁ ହଠାତ୍ ଏକ ପଥର ଖସି ପଡ଼ିଥିଲା। ଏହି ପଥର ଖସି ପଡ଼ିବାରୁ ୩ଜଣ ପର୍ଯ୍ୟଟକ ଗୁରୁତର ହେବା ସହ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା।

ମୃତ ଯୁବତୀ ଜଣକଙ୍କ ନାଁ ଅନିଷା କପୁର। ସେ ଉତ୍ତରପ୍ରଦେଶର ସୁବୋଧ ନଗରର ଅମରୋହାରେ ରହୁଥିଲେ। ଏହି ଘଟଣାରେ ତାଙ୍କର ଦୁଇ ଜଣ ବନ୍ଧୁ ମୟଙ୍କ ଏବଂ ଅର୍ଜ୍ଜୁନ ଗୁରୁତର ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.