୧୫ ମିନିଟ୍ ପବନରେ ଭାଙ୍ଗିଲା ଅନେକ ଗଛ, ଘର ଓ ଦୋକାନ କ୍ଷତିଗ୍ରସ୍ତ
27/03/2023 at 10:06 PM

ଭୁବନେଶ୍ଵର: ଅପରାହ୍ନରେ ହୋଇଥିବା ପଶ୍ଚିମାଝଡ ପ୍ରଭାବରେ ରାଜଧାନୀର ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଘଟିଛି। କେଉଁଠି ବଡ଼ବଡ଼ ଗଛ ଉପୁଡି ପଡି ଫୁଟପାଥ ବନ୍ଦ ହୋଇଥିବା ବେଳେ ଆଉ କେଉଁଠି ମୁଖ୍ୟ ରାସ୍ତା ବନ୍ଦ ରହିଛି। ବିଶେଷ କରି ଚନ୍ଦ୍ରଶେଖରପୁର ଅଞ୍ଚଳର ୮, ୧୩ ଏବଂ ୧୪ ନମ୍ବର ୱାର୍ଡର ଏକାଧିକ ସ୍ଥାନରେ ଘୂର୍ଣ୍ଣିଝଡ ଯୋଗୁ ଗଛ ପଡ଼ି ଘଟିଛି କ୍ଷୟକ୍ଷତି।

ବିଭିନ୍ନ ସ୍ଥାନରେ ଘର ଉପରେ ଗଛ ପଡିଯିବାରୁ ଘର ଆଜବେଷ୍ଟସ ଭାଙ୍ଗି ଯାଇଥିବା ସହ ଦୋକାନ ଭିତରେ ଥିବା ଲୋକଙ୍କୁ କିଛି ସାମାଜିକ କର୍ମୀ ଓ ଦମକଳ ବାହିନୀ ଆସି ଉଦ୍ଧାର କରିଥିଲେ। ଘର ଉପରେ ପଡିଥିବା ଗଛକୁ କଟର ମେସିନ୍ ସାହାଯ୍ୟରେ କଟା ଯାଇଥିଲା। ସ୍ଥାନୀୟ ଅଞ୍ଚଳରେ ଘୂର୍ଣ୍ଣିଝଡ ହୋଇଥିଲେ ହେଁ କେହି ଆହତ ହୋଇନଥିବା କହିଛନ୍ତି ଅଗ୍ନିଶମ ବାହିନୀର କର୍ମଚାରୀ।