ଗଛ ଗଣ୍ଡି ପଡ଼ି ମୃତ୍ୟୁ: ଯେଉଁ ଗଛ କାଟୁଥିଲେ ସେହି ଗଛ ତଳେ ଗଲା ବିଭୀଷଣଙ୍କ ଜୀବନ
4/05/2020 at 4:44 PM

ସୁବର୍ଣ୍ଣପୁର୪/୫: ସୁବର୍ଣ୍ଣପୁର ଜିଲ୍ଲା ତାରଭା ଥାନା ମାଝିପାଲି ଗାଁରେ ଅଭାବନୀୟ ଘଟଣା ଘଟିଛି। ଜମିରେ ଗଛ କାଟୁଥିବାବେଳେ ନିଜ ଉପରେ ଗଛ ପଡି ଗାଁର ୩୫ ବର୍ଷୀୟ ବିଭୀଷଣ ବାଘଙ୍କ ମୃତ୍ୟୁ ହୋଇଛି। ମାଝିପାଲି ଗାଁର ରାକେଶ ମାଝି, ଦ୍ରୋଣ ପ୍ରସାଦ ନନ୍ଦ ଓ ବିଭୀଷଣ ବାଘ ମିଶି ଗାଁର ଏକ ବିଲରେ ଥିବା ଏକ ଗଛକୁ ୩ ଜଣ ମିଶି କାଟୁଥିଲେ କିନ୍ତୁ ଗଛଟି ବିଭୀଷଣଙ୍କ ଉପରେ ପଡିଯାଇଥିଲା। ଘଟଣା ସ୍ଥଳରେ ବିଭୀଷଣଙ୍କ ମୃତ୍ୟୁ ହୋଇଥିଲା। ତରଭା ପୋଲିସ ବିଭୀଷଣଙ୍କ ସାଙ୍ଗରେ ଯାଇଥିବା ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023