ତୁମୁଡିବନ୍ଧ ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Published By : Prameya-News7 Bureau | July 12, 2022 IST

ଫୁଲବାଣୀ ୧୨/୦୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧିନସ୍ଥ ତୁମୁଡିବନ୍ଧ ବନ ବିଭାଗ ରେଞ୍ଜ ପକ୍ଷରୁ ବିଭିନ୍ନ ସ୍ଥାନରେ ବନମହୋତ୍ସବ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ବ୍ୟାପକ ବୃକ୍ଷ ରୋପଣ କରାଯିବା ସହ ସଚେତନତା ସୃଷ୍ଟି କରାଯାଇଛି l ରେଞ୍ଜ ଅଫିସର ଲଳିତ କୁମାର ନାୟକଙ୍କ ତତ୍ୱାବଧାନରେ ବୃକ୍ଷ ରୋପଣ ଓ ବ୍ୟାପକ ସଚେତନତା କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଛିl ରେଞ୍ଜ ଅଧୀନରେ ଥିବା ତୁମୁଡ଼ିବନ୍ଧ ଅଞ୍ଚଳରେ  ଅନୁଷ୍ଠିତ ଚାରା ବିକ୍ରୟ କେନ୍ଦ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ଶ୍ରୀମତୀ ପ୍ରିୟଙ୍କା ପୋଡ୍ରା ମୂଖ୍ୟ ଅତିଥୀ ଭାବେ ଯୋଗ  ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ବୃକ୍ଷରୋପଣ କରିବାଲାଗି ପରାମର୍ଶ ଦେଇଛନ୍ତି।

ସେହିପରିରେଞ୍ଜ ଅଫିସର ଲଳିତ ନାୟକ ଜଙ୍ଗଲରେ ନିଆଁ ନଲଗାଇବା ବନ୍ୟ ଜନ୍ତୁଙ୍କ ସୁରକ୍ଷା କରିବାନେଇ ସଚେତନ କରିଥିଲେl ଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣରୁ ରକ୍ଷା ପାଇବେ ବୋଲି ତୁମୁଡିବନ୍ଧ ରେଞ୍ଜର ନାୟକ କହିଥିଲେ l ସେହିପରି ରେଞ୍ଜ ଅଫିସ ପାଖରେ ଏକ ଚାରା ବିକ୍ରୟ କେନ୍ଦ୍ର ମଧ୍ୟ ଖୋଲାଯାଇଛିl ଏହାକୁମୂଖ୍ୟ ଅତିଥୀ ସରପଞ୍ଚ ପ୍ରିୟଙ୍କା ପୋଡ୍ରl ଉଦଘାଟନ କରିଥିଲେ। ଏଠାରେ ମାତ୍ର ୧ ଟଙ୍କା ମୂଲ୍ୟରେ ବିଭିନ୍ନ ପ୍ରକାର ଗଛର ଚାରା ବିକ୍ରୀ ହେଉଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.