ବେଙ୍ଗାଲୁରୁରେ ଓଡ଼ିଆ ଯୁବ ଗୋଷ୍ଠୀଙ୍କ ଏନଜିଓ ସଂସ୍ଥା 'ଆହ୍ୱାନ' ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

Published By : Prameya-News7 Bureau | December 20, 2020 IST

ଭୁବନେଶ୍ୱର ୨୦/୧୨ : ସମାଜର ବିଭିନ୍ନ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା କିଛି ଯୁବ ଓଡ଼ିଆମାନଙ୍କୁ ନେଇ ଏକ ଜାତୀୟ ସ୍ତରର ଏନଜିଓ ସଂସ୍ଥା 'ଆହ୍ୱାନ' ପକ୍ଷରୁ ଆଜି ବେଙ୍ଗାଲୁରୁ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ସମୟରେ ବେଙ୍ଗାଲୁରୁ ସହରରେ ବହୁ ଓଡ଼ିଆ ଶ୍ରମିକ ମାନଙ୍କୁ ସହାୟତାର ହାତ ବଢାଇଥିବା ଏହି ଏନଜିଓ ଆଜି ଦକ୍ଷିଣ ବେଙ୍ଗାଲୁରୁର ଜୟନଗର ଠାରେ ଜୈନ ଯୁବ ସଂଗଠନ ସହ ମିଳିତ ଆନୁକୁଲ୍ୟରେ ଦକ୍ଷିଣ ବେଙ୍ଗାଲୁରୁରେ ଦଶ ହଜାର ବୃକ୍ଷ ରୋପଣ କରାଯିବ ବୋଲି ଘୋଷଣା କରିଛନ୍ତି।

{"id":380321,"width":573,"height":296,"sizeSlug":"large","linkDestination":"none"}

ଏହି ଆହ୍ୱାନ ଫାଉଣ୍ଡେସନ ମୁଖ୍ୟତ ଶିକ୍ଷା, ଶିଶୁ ବିକାଶ, ସବୁଜ ବିପ୍ଳବ ତଥା ନାରୀ ଶସସ୍ତ୍ରୀକରଣ ଉପରେ ଗୁରୁତ୍ବ ଦେଉଥିବାବେଳେ ସାରା ଭାରତ ବର୍ଷର ପ୍ରାୟ ଅଧିକାଂଶ ରାଜ୍ୟରେ ନିଜ ସମାଜ ଉପଯୋଗୀ କାର୍ଯ୍ୟ ପାଇଁ ବେଶ୍ ନାଆ କରିଛି।

{"id":380323,"width":574,"height":296,"sizeSlug":"large","linkDestination":"none"}

୨୦୦୯ ମସିହାରେ କିଛି ଯୁବ ଓଡ଼ିଆ ମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଆହ୍ୱାନ ଫାଉଣ୍ଡେସନର ସିଇଓ ଓ ଉପାଧ୍ୟକ୍ଷ ଅଛନ୍ତି ବ୍ରଜକିଶୋର ପ୍ରଧାନ। ବେଙ୍ଗାଲୁରୁରେ କାର୍ଯ୍ୟରତ ଏହି ପ୍ରତିଭାବାନ୍ ଓଡ଼ିଆ ନିଜ ସମାଜ ସେବା  କାର୍ଯ୍ୟ ପାଇଁ ୨୦୧୮ ଏବଂ ୨୦୨୦ ମସିହାରେ କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ବେଳେ ଆହ୍ୱାନ ଫାଉଣ୍ଡେସନ ୨୦୧୮8 ମସିହାରେ ବେଙ୍ଗାଲୁରୁର କାର୍ଯ୍ୟରତ ସର୍ବଶ୍ରେଷ୍ଠ ଏନଜିଓ ସଂସ୍ଥା ର ପୁରସ୍କାର ଆର୍ଜନ କରିଛି। ଆଜିର ଏହି କାର୍ଯ୍ୟକ୍ରମରେ ଜୟନଗର ଅଂଚଳରେ ପ୍ରଥମ ପର୍ଯୟର ଏକ ହଜାର ବୃକ୍ଷ ରୋପଣ କରାଯିବ ବୋଲି ଧାର୍ଯ୍ୟ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.