ଆଠଗଡ଼,୧୩/୦୮: ହର ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ଦ୍ୱାରା ଭାରତର ଏକ ଐତିହାସିକ ଜନ ଆନ୍ଦୋଳନରେ ସାମିଲ କରାଇବା ପାଇଁ ନିଆରା ପ୍ରାୟାସ କରିଛନ୍ତି ଯୁବ ସଂଗଠକ ତଥା ଅବସରପ୍ରାପ୍ତ ସୈନିକ ଅଭୟ କୁମାର ବାରିକ । ସ୍ଥାନୀୟ ରଥାଗଡା ଠାରୁ ଆରମ୍ଭ କରି ସମସ୍ତ ବ୍ୟବସାୟୀକ ଅନୁଷ୍ଠାନର ବ୍ୟକ୍ତି ବିଶେଷଙ୍କୁ ଜାତୀୟ ପତାକା ବଣ୍ଟନ କରି ହର ଘର ତ୍ରିରଙ୍ଗାର ନରାରେ ସାମିଲ ହେବାପାଇଁ ଅହ୍ୱାନ ଦେଇଥିଲେ ତତ୍ ସହିତ ପ୍ରମୁଖ ଛକ ଚାନ୍ଦବାଲି ଛକ ନିକଟରେ ଏକ ଅସ୍ଥାୟୀ ଶିବିର କରି ଶହ ଶହ ଫଳନ୍ତି ବୃକ୍ଷର ଚାରା ଏବଂ ତ୍ରିରଙ୍ଗା ପତାକା ବଣ୍ଟନ କରିଥିଲେ । ଚାରା ବଣ୍ଟନ ସହ ଅମ୍ଳଜାନ ସମସ୍ୟାର ସମାଧାନ ନିମନ୍ତେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା କହିଛନ୍ତି ଯୁବ ସଂଗଠକ ଅଭୟ କୁମାର ବାରିକ ।
ଟାଟାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି ଓ ପ୍...