'ଟ୍ରି ଅଫ୍ ୪୦': ଗୋଟିଏ ଗଛରେ ଫଳୁଛି ବାଦାମ, ଚେରି ପରି ୪୦ ପ୍ରକାର ଭଳିକି ଭଳି ଫଳ, ଦାମ୍ ଏତିକି ଲକ୍ଷ ଟଙ୍କା

Published By : Prameya-News7 Bureau | September 15, 2021 IST

ନୂଆଦିଲ୍ଲୀ ୧୫/୦୯ : ଆଧୁନିକ କୃଷି କୌଶଳ ସହାୟତାରେ ଗୋଟିଏ ଗଛରୁ ବିଭିନ୍ନ ରଙ୍ଗର ଫୁଲ ଫୁଟୁଥିବା ଆମେ ଦେଖିଛୁ। ତେବେ ଗୋଟିଏ ଗଛରେ ବିଭିନ୍ନ ପ୍ରକାର ଫଳ ଫଳିଥିବା ଆପଣ କେବେ ଦେଖିଛନ୍ତି କି ? ଗୋଟିଏ ଗଛରେ ଆମ୍ବ, ପିଜୁଳି, ଜାମୁକୋଳି ଆଦି ଫଳିବା ନିଶ୍ଚୟ ଦେଖିଥିବେ। କିନ୍ତୁ ଗୋଟିଏ ଗଛରେ ୪୦ ପ୍ରକାର ଫଳ ଫଳିବା ନା ଦେଖିଥିବେ ନା ଶୁଣିଥିବେ। ଏହା ନିଶ୍ଚୟ ଆଶ୍ଚର୍ଯ୍ୟର କଥା। କୃଷି କ୍ଷେତ୍ରରେ ନୂଆ କୌଶଳ କାରଣରୁ ଏହା 'ଟ୍ରି ଅଫ୍ ୪୦' ଭାବେ ସମ୍ଭବ ହୋଇପାରିଛି। ଗଛ ମୂଲ୍ୟ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। 'ଟ୍ରି ଅଫ ୪୦' ନାମକ ଏହି ଗଛ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":512053,"sizeSlug":"full","linkDestination":"none"}

ଗଛର ଏହି ଗୁଣ ମାନବ-ମସ୍ତିଷ୍କର ଧାରାର ଫଳ। ଆମେରିକାର ସେରାକ୍ୟୁଜ ବିଶ୍ୱବିଦ୍ୟାଳୟର ଭିଜୁଆଲ ଆର୍ଟ୍ସର ପ୍ରଫେସର ସାମ ୱାନ ଏକେନଙ୍କ ବିଚାର ଏହି ନିଆରା ବୃକ୍ଷର ଆଧାର। ଗ୍ରାଫ୍ଟିଙ୍ଗ ନାମକ କୌଶଳର ସାହାରା ନେଇ ସାମ ଏହି କାରନାମା କରିଛନ୍ତି। ଏହି ଗଛ ଫଳବତୀ ହେବାକୁ ପ୍ରାୟ ୯ ବର୍ଷ ସମୟ ଲାଗିଛି। ଗ୍ରାଫ୍ଟିଙ୍ଗ ଟେକନିକରେ ବୃକ୍ଷ ରୋପଣର ଏକ ବିଚ୍ଛିନ୍ନ ପ୍ରକ୍ରିୟା ପ୍ରୟୋଗ କରାଯାଇଥାଏ। ଗଛର ଗୋଟିଏ ଶାଖାକୁ କଲି ସମେତ ଅଲଗା କରାଯାଇଥାଏ ଓ ଶୀତ ଋତୁରେ ଏହାକୁ ମୁଖ୍ୟ ଗଛରେ ଛିଦ୍ର କରି ରୋପଣ କରାଯାଇଥାଏ। ପ୍ରଫେସର ସାମ ୨୦୦୮ ମସିହାରେ ଏହି କୌଶଳ ସାହାଯ୍ୟରେ 'ଟ୍ରି ଅଫ୍ ୪୦' କାମ ଆରମ୍ଭ କରିଥିଲେ।

{"id":512056,"sizeSlug":"full","linkDestination":"none"}

ଏହି ଗଛରେ ବାଦାମ, ଏପ୍ରିକଟ୍, ଚେରି, ପିଚ୍ ଭଳି ୪୦ ଫଳ ଏକାସାଙ୍ଗେ ରୋପଣ ହୋଇଥାଏ। ଏହାର ଦାମ ପ୍ରାୟ ୧୯ ଲକ୍ଷ ଟଙ୍କା। ଚାଷ ପ୍ରତି ପ୍ରଫେସର ସାମଙ୍କ ବିଶେଷ ଆସ୍ପୃହା ରହିଛି। ସେଥିପାଇଁ ସେ ଏହିଭଳି ଏକ କାରନାମା କରି ଦେଖାଇଛନ୍ତି। ଗୋଟିଏ ଗଛରେ ରଙ୍ଗ ବେରଂଗ ବିଭିନ୍ନ ଫଳ ଫଳୁଥିବାରୁ ଗଛଟି ବହୁତ ସୁନ୍ଦର ଦେଖାଯାଉଛି। ଆମେରିକାର ଯେଉଁ ବଗିଚାରେ ଏହି ଗଛ ଅଛି ତାକୁ ସେ ୨୦୦୮ରେ ଲିଜରେ ନେଇଥିଲେ। ତା ପୂର୍ବରୁ ଏହି ବଗିଚା ନ୍ୟୁୟର୍କ ରାଜ୍ୟ କୃଷି ପ୍ରୟୋଗଶାଳାର ଥିଲା। କିନ୍ତୁ ଫଣ୍ଡ ଅଭାବ ଯୋଗୁଁ ବଗିଚା ବନ୍ଦ ହେବାକୁ ବସିଥିଲା। ପ୍ରଫେସର ସାମ ଏ ସମ୍ପର୍କରେ ଜାଣିବା ପରେ ବଗିଚାକୁ ବଞ୍ଚାଇବାକୁ ପ୍ରୟାସ କରିଥିଲେ। ତାଙ୍କ ପରିଶ୍ରମ ଆଜି ରଙ୍ଗ ଆଣିଛି। ସେହି ବଗିଚା ଆଜି 'ଟ୍ରି ଅଫ୍ ୪୦' ଭାବେ ବେଶ ଜଣାଶୁଣା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.