ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||
  • ରାଜଧାନୀରେ ପୁଣି ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ଅପରାଧି ଜିତୁ ଆହତ
  • ||
  • ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ପୁଟିନ୍‌ଙ୍କ ବଡ଼ ଘୋଷଣା, କହିଲେ-ବେଲାରୁସ୍‌ରେ ପରମାଣୁ ହତିଆର ନିୟୋଜିତ କରିବ ରୁଷ
  • ||
  • ଭୂମିକମ୍ପ ଝଟକା ଥରିଲା ରାଜସ୍ଥାନ, ବିକାନୋର ଠାରୁ ୫୧୬ କିମି ଦୂରରେ କେନ୍ଦ୍ରସ୍ଥଳ
  • ||

ଟ୍ରାଙ୍କୁଲାଇଜ୍ କରି ହାତୀର ଚିକିତ୍ସା ଆରମ୍ଭ, ଅସ୍ତ୍ରୋପଚାର ସହ ଦିଆଯାଉଛି ମେଡିସିନ

6/02/2023 at 3:53 PM

ଭଞ୍ଜନଗର: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଗ୍ୟାଲେରୀ ରେଞ୍ଜ ଲେଙ୍ଗଡ଼ା ଗ୍ରାମ ନିକଟ ଜଙ୍ଗଲରେ ଦୀର୍ଘ ୩ ଦିନ ତଳେ ଠାବ ହୋଇଥିବା ଅସୁସ୍ଥ ମାଈ ହାତୀକୁ ଆଜି ଚିକିତ୍ସା କରାଯାଇଛି l ନନ୍ଦନକାନନରୁ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଂଚି ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରିଥିଲେl ହାତୀଟି ନିସ୍ତେଜ ହୋଇ ତଳେ ପଡିଯିବା ପରେ ଡାକ୍ତରୀ ଦଳ ତାର ଚିକିତ୍ସା ଆରମ୍ଭ କରିଥିଲେ l ପରିପାର୍ଶ୍ଵିକ ସ୍ଥିତି ଯାଞ୍ଚ କରିବା ପରେ ହାତୀର ପାଟିରେ ସଂକ୍ରମଣ ହୋଇଥିବା ଜାଣିବାକୁ ପାଇଥିଲେ l

ସଂକ୍ରମଣ ସ୍ଥାନରେ ପୋକ ଲାଗିରହିଥିବାରୁ ଅସ୍ତ୍ରୋପଚାର କରି ତାର ବାହାର କରିଥିଲେ l ଏହାପରେ ତାର ଚେତା ଫେରେଇବା ପାଇଁ ବନବିଭାଗ କର୍ମଚାରୀଙ୍କ ସହ ମିଶି ପ୍ରୟାସ କରିଥିଲେ l ଡାକ୍ତରଙ୍କ ସୂଚନା ଅନୁଯାୟୀ ପାଟି ସଂକ୍ରମଣ ଯୋଗୁଁ ହାତୀଟି ଖାଦ୍ୟ ଗ୍ରହଣ କରି ନପାରି ଦୁର୍ବଳ ହୋଇ ପଡ଼ିଥିବା ଅନୁମାନ କରିଥିଲେ l ବର୍ତ୍ତମାନ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବନବିଭାଗ କର୍ମଚାରୀ ମାନେ ହାତୀ ନିକଟରେ ତରଭୁଜ, କଦଳୀରେ ବିଭିନ୍ନ ମେଡ଼ିସିନ ଦେବା ସହ ପିଇବା ପାଣିର ବ୍ୟବସ୍ଥା ମଧ୍ୟ କରିଛନ୍ତିl ହାତୀଟି ସୁସ୍ଥ ହେବା ପର୍ଯ୍ୟନ୍ତ ନିୟମିତ ମେଡ଼ିସିନ ଦେବା ସହ ବନବିଭାଗ ତା ଉପରେ ନଜର ରଖିବାକୁ ଡାକ୍ତର କହିଛନ୍ତି l ଚିକିତ୍ସା ପରେ ହାତି ଟି ର ସ୍ଥିତି ପୂର୍ବ ଅପେକ୍ଷା ଭଲ ଥିବା  ସହ ଚଳପ୍ରଚଳ ହେବାର ଦେଖିବାକୁ ମିଳିଛି l

   Related Posts