scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରାବଣ ସୋମବାରରେ ଅଘଟଣ: ଅଟୋ ଉପରେ ଚଢିଗଲା ଟ୍ରଲର, ୩ କାଉଡ଼ିଆ ମୃତ

21/08/2023 at 8:54 PM

କେନ୍ଦୁଝର: ଶ୍ରାବଣ ମାସର ସପ୍ତମ ସୋମବାର କାଉଡ଼ିଆଙ୍କ ପାଇଁ ଅଭିଶପ୍ତ ପାଲଟିଛି। ସକାଳେ ସଡ଼କ ଦୁର୍ଘଟଣାରେ ଗଞ୍ଜାମ ଜିଲ୍ଲାରେ ୨ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ସନ୍ଧ୍ୟାରେ ଆଉ ଏକ ଦୁଃଖଦ ଘଟଣା ଘଟିଛି। କେନ୍ଦୁଝରରେ ଟ୍ରଲର ଧକ୍କାରେ ୩ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ତେଲକୋଇ ସନ୍ଥେଇଭଞ୍ଜ ଅଞ୍ଚଳର ୭ ଜଣ କାଉଡିଆ ପାଟଣା ଶିବ ମନ୍ଦିରରେ ପାଣି ଢାଳି ଫେରୁଥିବା ବେଳେ ୪୯ ନମ୍ବର ଜାତIୟ ରାଜପଥର ଖୂରେଇ ଟାଙ୍ଗିରି ଟୋଲ ଗେଟ ନିକଟରେ ଏକ ଟ୍ରଲର ଅଟୋକୁ ପଛ ପଟୁ ଧକ୍କା ଦେଇ ଫେରାର ହୋଇ ଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମେଡିକଲରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ତିନି ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି ।

Also read- ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ କାଉଡିଆ, ଜଳାଭିଷେକ ପାଇଁ ଯିବାବେଳେ ଅଘଟଣ

ସୂଚନାଯୋଗ୍ୟ, ଗଞ୍ଜାମ  ଜିଲ୍ଲା ଆସିକାର ଭେଜିପୁର ଭେଟନଇ ରାସ୍ତାରେ କାର ମାଡ଼ି ଯିବାରୁ ଆଜି ସକାଳେ ୨ କାଉଡ଼ିଆଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ୧୩ ଜଣ କାଉଡ଼ିଆ ଆହତ ହୋଇଥିଲେ। ଦୁଇ ମୃତକ ହେଲେ ଅନିତା ସ୍ଵାଇଁ ଓ ମୁକୁନା ବେହେରା।

   Related Posts