Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ଏସିଆ କପ୍‌ ଖେଳିବାକୁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ ? ଏମିତି ଉତ୍ତର ରଖିଲେ ବିସିସିଆଇ ମୁଖ୍ୟ

20/10/2022 at 10:39 PM

ମୁମ୍ବାଇ: ଏସିଆ କପ୍‌ ୨୦୨୩କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ନୂଆ ଅଧ୍ୟକ୍ଷ ରୋଜର ବିନ୍ନୀ। ଭାରତୀୟ ଟିମ୍‌ ଏସିଆ କପ୍‌ ପାଇଁ ପାକିସ୍ତାନ ଗସ୍ତ କରିବ କି ନାହିଁ ସେ ନିଷ୍ପତ୍ତି ବିସିସିଆଇ ବୋର୍ଡ ନେଇପାରିବେ ନାହିଁ, ତାହା କେନ୍ଦ୍ର ସରକାର ନେବେ ବୋଲି ବିନ୍ନୀ କହିଛନ୍ତି। ନିର୍ଦ୍ଧାରିତ ସୂଚୀ ଅନୁସାରେ ଆସନ୍ତା ବର୍ଷ ସେପ୍ଟେମ୍ବର ମାସରେ ପାକିସ୍ତାନରେ ଏସିଆ ଖେଳାଯିବ। ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଆୟୋଜନ ପୂର୍ବରୁ ଆୟୋଜନ ହେବ।

ଏହା ପୂର୍ବରୁ ଭାରତୀୟ ଟିମ୍ ପାକିସ୍ତାନ ଯିବା ନେଇ ପ୍ରତିକ୍ରିୟା ରଖିଥିଲେ ବିସିସିଆଇ ସଚିବ ଜୟ ଶାହ। ସେ କହିଥିଲେ ଯେ ଭାରତୀୟ ଟିମ୍ ଆସନ୍ତା ଏସିଆ କପ୍ ଖେଳିବାକୁ ପାକିସ୍ତାନ ଯିବା ପରିବର୍ତ୍ତେ ନ୍ୟୁଟ୍ରଲ୍‌ ଭେନ୍ୟୁରେ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପସନ୍ଦ କରିବ। ଏହାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା ହୋଇଥିଲା। ଆଉ ଏବେ ବିନ୍ନୀ ଉକ୍ତ ଘଟଣାକୁ ନେଇ ପ୍ରତିକ୍ରିୟା ରଖି ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି “ ବିସିସିଆଇ ଏଥିପାଇଁ ନିଷ୍ପତ୍ତି ନେଇପାରିବ ନାହିଁ। ଆମକୁ ଦେଶ ବାହାରକୁ ଗଲେ ସରକାରୀ ମଞ୍ଜୁରିର ଆବଶ୍ୟକତା ପଡ଼ିଥାଏ। ଆମେ ବିଦେଶକୁ ଯାଉ କିମ୍ବା ଅନ୍ୟ ଟିମ୍ ଆମ ଦେଶକୁ ଆସୁ ଆମକୁ ସରକାରୀ ମଞ୍ଜୁରୀର ଆବଶ୍ୟକତା ପଡ଼ିଥାଏ। ଥରେ ସରକାର ସବୁଜ ସଂକେତ ମିଳିଲା ପରେ ଆମେ ସେହି ଅନୁସାରେ କାମ କରୁ। ଆମେ ନିଜେ ନିଷ୍ପତ୍ତି ନେଇପାରିବୁ ନା ଏଥିପାଇଁ ଆମକୁ ସରକାର ଉପରେ ନିର୍ଭର ହେବାକୁ ପଡ଼ିଥାଏ। ଆଉ ବର୍ତ୍ତମାନ ଏହାକୁ ନେଇ ସରକାର ସହିତ କୌଣସି ଆଲୋଚନା ହୋଇ ନାହିଁ।  

ସେପଟେ ଭାରତୀୟ ଟିମ୍‌ର ପାକିସ୍ତାନ ଗସ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ମନ୍ତ୍ରୀ ଅନୁରାଗ ଠାକୁର। ଭାରତୀୟ ଟିମ୍‌କୁ ପାକିସ୍ତାନ ଯିବାକୁ ହେଲେ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି ନେବାକୁ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହୁଛନ୍ତି। ଏନେଇ ସେ କହିଛନ୍ତି  “ଖେଳାଳିଙ୍କ ସୁରକ୍ଷା ସର୍ବୋପରି। ଭାରତୀୟ ଟିମ୍ ଏସିଆ କପ୍‌ ପାଇଁ ଯିବା ନିଷ୍ପତ୍ତି କେନ୍ଦ୍ର ଗୃହମନ୍ତ୍ରାଳୟ କରିବ। ଆମେ ଆଇସିସି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହ ଖେଳି ଆସୁଛୁ। କିନ୍ତୁ ଦ୍ୱିପାଖିକ ଶୃଙ୍ଖଳାକୁ ନେଇ ଆମ ନିଷ୍ପତ୍ତି ଯାହା ଥିଲା ତାହା ଏବେ ବି ରହିଛି। ଆତଙ୍କବାଦର ଆଢ଼ୁଆଳରେ କ୍ରିକେଟ୍ ଖେଳାଯାଇ ପାରିବ ନାହିଁ। ”

ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରି ପାକିସ୍ତାନ। ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ବୟକଟ ଚେତାବନୀ ଦେଇଛି ପିସିବି। ଏଥିପାଇଁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ବୁଧବାର ଏସିଆ କ୍ରିକେଟ ପରିଷଦର ଜରୁରୀ ବୈଠକ ଡକାଇବାକୁ ଅନୁରୋଧ କରିଥିଲା। ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର। ସେ କହିଛନ୍ତି ଯେ ଭାରତରେ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିସାରିଥିବା ସମସ୍ତ ଟିମ୍‌କୁ ନିମନ୍ତ୍ରଣ କରାଯିବ। ଭାରତ ଏବେ ସେ ସ୍ଥିତିରେ ନାହିଁ କି କାହା କଥା ଶୁଣିବ। କାହା ପାଖର ଶୁଣାଇିବା ପାଇଁ ବି କୌଣସି କାରଣ ନାହିଁ। ଆମେ ସମସ୍ତଙ୍କୁ ସ୍ୱାଗତ କରିବୁ । ଆଶା ଯେ ସମସ୍ତେ ଆସିବେ ବୋଲି ଅନୁରାଗ ଠାକୁର କହିଛନ୍ତି।

ସୂଚନା ଥାଉକି ୨୦୦୮ରେ ଶେଷ ଥର ପାଇଁ ମ୍ୟାଚ୍ ଖେଳିବାକୁ ପାକିସ୍ତାନ ଯାଇଥିଲା ଭାରତ। ସେହିଭଳି ରାଜନୈତିକ ଓ କୁଟନୈତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାଖିକ ମ୍ୟାଚ୍ ବି ଖେଳାଯାଉ ନାହିଁ। କେବଳ ଆଇସିସି ମ୍ୟାଚ୍ ଖେଳାଯାଉଛି। ତେବେ ଶେଷ ଥର ପାଇଁ ୨୦୧୨-୧୩ରେ ଭାରତ ଓ ପାକିସ୍ତାନ ମଧ୍ୟେର ଦ୍ୱିପାଖିକ ମ୍ୟାଚ୍ ଖେଳାଯାଇଥିଲା। ସେତେବେଳେ ଦୁଇ ଟିମ୍ ଭିତରେ ତିନୋଟି ଦିନିକିଆ ଓ ଦୁଇଟି ଟି-୨୦ ମ୍ୟାଚ୍ ଖେଳ ପାଇଁ ପାକିସ୍ତାନ ଭାରତ ଗସ୍ତରେ ଆସିଥିଲା। ଏଥିରେ ପାକିସ୍ତାନ ଦିନିକିଆ ସିରିଜ୍‌କୁ ୨-୧ରେ ଜିତିଥିବା ବେଳେ ଟି-୨୦ ସିରିଜ ବରାବର ରହିଥିଲା।

   Related Posts