୭୦ ରୁ ୮୨ କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି: ପୂର୍ବରୁ ସଂକ୍ରମିତଙ୍କ ଠାରୁ ସଂକ୍ରମଣ ଏବଂ କୋଲକାତା ଲିଙ୍କ୍

Published By : Prameya-News7 Bureau | April 22, 2020 IST

ଭୁବନେଶ୍ବର୨୨/୪:  ଦୁଇଦିନ ଭିତରେ ରାଜ୍ୟରେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି। ତେବେ ନୂତନ ସଂକ୍ରମିତଙ୍କ ମଧ୍ୟରେ ରହିଛନ୍ତି ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା କିଛି ବ୍ୟକ୍ତି ଏବଂ ଅନ୍ୟ କିଛି ଜଣ କୋଲକାତାରୁ ଆସିଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଟ୍ବିଟ କରାଯାଇ ୭୦, ୭୧, ୭୨, ୭୩, ୭୪, ୭୫, ୭୬, ୭୭, ୭୮, ୭୯, ୮୦, ୮୧, ଏବଂ ୮୨ ତମ କୋଭିଡ୍‌-୧୯ ପଜିଟିଭଙ୍କ ଟ୍ରାଭେଲ ହିଷ୍ଟ୍ରି ଦିଆଯାଇଛି।

ରାଜ୍ୟର ୭୦ ତମ କୋଭିଡ-୧୯ ପଜିଟିଭ୍ ଯାଜପୁର କୋରେଇ ଅଞ୍ଚଳର। ତାଙ୍କ ବୟସ ୫୦ ବର୍ଷ (ପୁରୁଷ)। ସୂଚନା ମୁତାବକ, ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୨୮ ତାରିଖରେ ପାସେଞ୍ଜର ଗାଡିରେ ୨୮ ଜଣଙ୍କ ସାଙ୍ଗରେ କୋଲକାତାରୁ ଯାଜପୁର ଆସିଥିଲେ। ମାର୍ଚ୍ଚ ୩୧ ତାରିଖରେ ସ୍ଥାନୀୟ ସିଏଚ୍‌ସି ହସ୍ପିଟାଲରେ ବ୍ୟକ୍ତି ଜଣଙ୍କ ନିଜ ନାଁ ପଞ୍ଜିକରଣ କରିଥିଲେ। ମାର୍ଚ୍ଚ ୩୧ ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ଏପ୍ରିଲ ୨୦ ତାରିଖରେ ତାଙ୍କ ନମୁନା ପରୀକ୍ଷା ପଜିଟିଭ ଆସିବା ପରେ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258459,"sizeSlug":"large"}

୭୧ ତମ କୋଭିଡ-୧୯ ପଜିଟିଭ୍‌ ଯାଜପୁର ସଦର ବ୍ଲକର ବେହେରାପାଟଣା ଅଞ୍ଚଳର ଜଣେ ଯୁବକ, ବୟସ ୨୮ ବର୍ଷ । ସେ ୨୯ ମାର୍ଚ୍ଚରେ ପାସେଞ୍ଜର ଗାଡିରେ ୧୧ ଜଣଙ୍କ ସହ କୋଲକାତାରୁ ଯାଜପୁର ଆସିଥିଲେ।  ମାର୍ଚ୍ଚ ୩୦ରେ  ଜିଲ୍ଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ନାଁ ପଞ୍ଜିକରଣ କରିଥଲେ। ୩୧ ମାର୍ଚ୍ଚରୁ ଏପ୍ରିଲ ୧୪ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନରେ ଥିଲେ। ଜ୍ବର ହେବାରୁ ୧୫ରୁ ୨୦ ପର୍ଯ୍ୟନ୍ତ ସେ ଜିଲ୍ଳା ହସ୍ପିଟାଲରେ ଇସୋଲେସ୍‌ନରେ ଥିଲେ। ୨୦ରେ ତାଙ୍କ ନମୁନା ପଜିଟିଭ ଆସିବା ପରେ ସେହିଦିନ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା।

{"id":258461,"sizeSlug":"large"}

୭୨ ତମ କୋଭିଡ-୧୯ ପଜିଟିଭ୍, ୬୪ ବର୍ଷୀୟ ପୁରୁଷ, ଘର ଯାଜପୁର ବାସୁଦେବପୁର ଅଞ୍ଚଳର। ସେ ମାର୍ଚ୍ଚ ୨୦ ତାରିଖରେ ପାସେଞ୍ଜର ଗାଡିରେ ୨ ଜଣଙ୍କ ସହ କୋଲକାତାରୁ ଯାଜପୁର ଆସିଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ହୋମ୍ କ୍ବାରେଣ୍ଟାଇନ୍‌ରେ ଥିଲେ। ଏପ୍ରିଲ ୨୦ରେ ତାଙ୍କ ନମୁନା ପଜିଟିଭ ଆସିବା ପରେ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା।

{"id":258462,"sizeSlug":"large"}

୭୩ ତମ କୋଭିଡ୍-୧୯ ପଜିଟିଭ୍ ଯାଜପୁର ବାସୁଦେବପୁର ଅଞ୍ଚଳର। ବୟସ ୫୮ ବର୍ଷ ( ପୁରୁଷ)। ସେ ମାର୍ଚ୍ଚ ୨୯ ତାରିଖରେ ପାସେଞ୍ଜର ଗାଡିରେ ୨ ଜଣଙ୍କ ସହ କୋଲକାତାରୁ ଯାଜପୁର ଆସିଥିଲେ। ଏପ୍ରିଲ ୧୭ ତାରିଖରେ ଗାଁରେ ଥିବା ପିଡିଏସ୍ ରିଟେଲର ଯାଇଥିଲେ, ପୁଣି ୨୦ ତାରିଖରେ ଗାଁରେ ୨୦ ଜଣ ସାଙ୍ଗଙ୍କ ସହ ତାସ୍ ଖେଳିଥିଲେ। ୨୦ ତାରିଖରେ ତାଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିବା ପରେ ସେହିଦିନ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258463,"sizeSlug":"large"}

୭୪ ତମ କୋଭିଡ୍-୧୯ ପଜିଟିଭ୍ ଦଶରଥପୁର ବ୍ଲକର ବିରଜାପୁର ଅଞ୍ଚଳର ଜଣେ ୩୨ ବର୍ଷୀୟ ଯୁବକ। ମାର୍ଚ୍ଚ ୨୯ ତାରିଖରେ ପାସେଞ୍ଜର ଗାଡିରେ ଅନ୍ୟ ୧୧ ଜଣଙ୍କ ସହ ଯାଜପୁର ଆସିଥିଲେ। ୨୯ ମାର୍ଚ୍ଚରୁ ଏପ୍ରିଲ ୧୯ ପର୍ଯ୍ୟନ୍ତ ସେ ହୋମ୍ କ୍ବାରେଣ୍ଟାଇନ୍‌ରେ ରହିଥିଲେ। ୨୦ ତାରିଖରେ ତାଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିବା ପରେ ସେହିଦିନ ତାଙ୍କୁ କଳିଙ୍ଗନଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258464,"sizeSlug":"large"}

୭୫ ତମ କୋଭିଡ-୧୯ ପଜିଟିଭ୍‌ ବାଲେଶ୍ବର ନେଳିଆବାଗ ଅଞ୍ଚଳର ଜଣେ ମହିଳା, ତାଙ୍କ ବୟସ ୩୪ ବର୍ଷ। ସେ ୬୧ ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ ୨୦ ତାରିଖରେ ତାଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258466,"sizeSlug":"large"}

୭୬ ତମ କୋଭିଡ-୧୯ ପଜିଟିଭ୍ ବାଲେଶ୍ବରର ନେଳିଆବାଗ ଅଞ୍ଚଳର ୩୮ ବର୍ଷୀୟ ବ୍ୟକ୍ତି। ସେ ୬୧ ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ୨୦ ତାରିଖରେ ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ତାଙ୍କୁ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258467,"sizeSlug":"large"}

୭୭ ତମ କୋଭିଡ-୧୯ ପଜିଟିଭ୍ ବାଲେଶ୍ବରର ନେଳିଆବାଗ ଅଞ୍ଚଳର ଜଣେ ୧୨ ବର୍ଷ ବୟସର ନାବାଳକ। ସେ ୬୧ ତମ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ୨୦ ତାରିଖରେ ତାଙ୍କ ନମୁନା  କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258468,"sizeSlug":"large"}

୭୮ ତମ କୋଭିଡ-୧୯ ପଜିଟିଭ୍ ବାଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳର ଯୁବକ, ବୟସ ୨୬ ବର୍ଷ । ସେ ୬୧ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ ୨୦ ତାରିଖରେ ତାଙ୍କ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକସ୍ଥିତ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258469,"sizeSlug":"large"}

୭୯ ତମ କୋଭିଡ-୧୯ ପଜିଟିଭ୍‌ ବାଲେଶ୍ବର ନେଳିଆବାଗ ଅଞ୍ଚଳର ଜଣେ ମହିଳା, ବୟସ ୩୪ ବର୍ଷ । ସେ ମଧ୍ୟ ୬୧ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ। ଏପ୍ରିଲ ୨୦ ତାରିଖରେ ତାଙ୍କ ନମୁନା କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258471,"sizeSlug":"large"}

୮୦ ତମ କୋଭିଡ-୧୯ ପଜିଟିଭ୍ ଭଦ୍ରକ ବାସୁଦେବପୁର ବ୍ଲକର ଲୁଙ୍ଗା ଅଞ୍ଚଳର। ତାଙ୍କ ବୟସ ୫୫ ବର୍ଷ । ସେ ୬୪ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହ ମିଶିଥିଲେ। ଏହି ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୩୦ ତାରିଖରେ ପାସେଞ୍ଜର ଗାଡିରେ ଅନ୍ୟ ୧୫ ଜଣଙ୍କ ସହ କୋଲକାତାରୁ ଭଦ୍ରକରେ ଦିନ ୨ଟାରେ ପହଞ୍ଚିଥିଲେ। ୨୧ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258473,"sizeSlug":"large"}

୮୧ ତମ କୋଭିଡ-୧୯ ପଜିଟିଭ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକର ନନ୍ଦନପୁର ଅଞ୍ଚଳର। ତାଙ୍କ ବୟସ ୩୫ ବର୍ଷ । ସେ ମଧ୍ୟ ୬୪ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହ ମିଳାମିଶା କରିଥିଲେ। ମାର୍ଚ୍ଚ ୩୦ରୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ସେ ହୋମ୍ କ୍ବାରେଣ୍ଟାଇନ୍ ରହିଥିଲେ। ୨୧ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":258474,"sizeSlug":"large"}

୮୨ ତମ କୋଭିଡ-୧୯ ପଜିଟିଭ ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକର ବନ୍ଧସାହି ଅଞ୍ଚଳର। ୪୦ ବର୍ଷ ବୟସ୍କ ଏହି ପୁରୁଷ ଜଣଙ୍କ ୬୪ ତମ କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ସହ ମିଳାମିଶା କରିଥିଲେ। ମାର୍ଚ୍ଚ ୩୦ରୁ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ସେ ହୋମ୍ କ୍ବାରେଣ୍ଟାଇନରେ ରହିଥିଲେ। ତେବେ ୨୧ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବା ପରେ ତାଙ୍କୁ ସେହିଦିନ କଟକ ଅଶ୍ବିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଅନ୍ୟ ପକ୍ଷରେ ୮୩ ତମ ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସଂପର୍କରେ ବିଭାଗ ପକ୍ଷରୁ କିଛି ସୂଚନା ଆସି ନାହିଁ।

{"id":258475,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.