୬୧ ତମ କରୋନା ସଂକ୍ରମିତ ଝାଡ଼ଖଣ୍ଡ ଯାଇଥିଲେ, ୪ଟି ହସ୍ପିଟାଲରେ ଚିକିତ୍ସା ପରେ ତାଙ୍କ ନମୁନା ପଜିଟିଭ୍ ଆସିଥିଲା..
19/04/2020 at 6:24 PM

ବାଲେଶ୍ବର୧୯/୪: ବାଲେଶ୍ବର ଜିଲ୍ଲାରେ ଚିହ୍ନଟ ହୋଇଥିବା ୬୧ ତମ କରୋନା ସଂକ୍ରମିତଙ୍କ ଟ୍ରାଭେଲ ହିଷ୍ଟ୍ରି ସାମ୍ନାକୁ ଆସିଛି। ଟ୍ରାଭେଲ ହିଷ୍ଟ୍ରି ଅନୁସାରେ ଏହି ୫୮ ବର୍ଷୀୟ ବ୍ୟକ୍ତି (ପୁରୁଷ) ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡ ଯାଇଥିଲେ। ପୁଣି ସେହି ଗାଡିରେ ଏବଂ ସେହି ଦିନ ଘରକୁ ଫେରିଥିଲେ। ଏପ୍ରିଲ ୭ ତାରିଖରେ ତାଙ୍କୁ ଜ୍ବର ହେବାରୁ ନିଜ ସ୍କୁଟିରେ ସେ ବାଲେଶ୍ବର ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ।
ପୁଣି ଏପ୍ରିଲ ୧୩ ତାରିଖରେ ବାଲେଶ୍ବର ଜିଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ତେବେ ତାଙ୍କ ଜ୍ବର ଭଲ ନହେବାରୁ ସେହିଦିନ ଅର୍ଥାତ ଏପ୍ରିଲ ୧୩ ତାରିଖଦିନ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକ ଚିକିତ୍ସା ପାଇଁ କଟକ ଏସ୍ସିବି ମେଡିକାଲ କଲେଜ ହସ୍ପଟାଲକୁ ରେଫର କଲେ।ତେବେ ସେହିଦିନ ସେ ବାଲେଶ୍ବର ଡାକ୍ତରଖାନରୁ ଘର ଭଡା ଗାଡ଼ିରେ ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଭର୍ତ୍ତି ହେଲେ।

ତେବେ ତାପରଦିନ ଅର୍ଥାତ ଏପ୍ରିଲ ୧୪ ତାରିଖ ଦିନ ସକାଳେ ଆପଲୋ ହସ୍ପିଟାଲ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କରିଥିଲେ। ତେବେ କ୍ୟାପିଟାଲ ହସ୍ପିଟାଲ ସେହିଦିନ ୨ଟା ୩୦ ମିନିଟ୍ରେ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲକୁ ରେଫର କରିଥିଲେ। ବ୍ୟକ୍ତି ଜଣଙ୍କ ଏପ୍ରିଲ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ କିମ୍ସ ହସ୍ପିଟାଲରେ ଚିକିତ୍ସା ହୋଇଥିଲେ। ଏପ୍ରିଲ ୧୬ ତାରିଖରେ ଡିସ୍ଚାର୍ଜ ହୋଇଥିଲେ। କିନ୍ତୁ ପୁଣି ଅସୁସ୍ଥ ହେବାରୁ ୧୬ ତାରିଖ ଦିନ ଏମ୍ସ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ସେହିଦିନ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ୧୮ ତାରିଖରେ ନମୁନା ରିପୋର୍ଟରୁ ସେ କୋଭିଡ-୧୯ ପଜିଟିଭ୍ ବୋଲି ଜଣାପଡିଥିଲା। ବର୍ତ୍ତମାନ ସେ ସଂପୃକ୍ତ ବ୍ୟକ୍ତି ( ୬୧ ତମ ପଜିଟିଭ୍) କିମସ୍ ସ୍ବତନ୍ତ୍ର କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।