suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିଦେଶ ଗସ୍ତରେ ପ୍ରତିବନ୍ଧକ, ବିଶ୍ୱ ନେତାଙ୍କ ସହ ମିଶି ପାରିବେନି ପୁଟିନ; ICC ଗିରଫ ପରୱାନା ଅର୍ଥ କଣ ଜାଣନ୍ତୁ

19/03/2023 at 5:42 PM

ନୂଆଦିଲ୍ଲୀ: ଯୁଦ୍ଧ ଅପରାଧ ଯୋଗୁ ପୁଟିନଙ୍କ ପାଇଁ ଗିରଫ ପରୱାନା ଜରି କରିଛନ୍ତି ଅନ୍ତର୍ଜାତୀୟ କୋର୍ଟ। ତେବେ କଣ ପୁଟିନ ଗିରଫ ହୋଇ ଜେଲ୍‌ରେ ରହିବେ ?..। ଅନ୍ତର୍ଜାତୀୟ କୋର୍ଟର ଆରେଷ୍ଟ ୱାରେଣ୍ଟରେ ପୁଟିନ ଗିରଫ ହୋଇ ନପାରନ୍ତି, ହେଲେ ତାଙ୍କ ପାଇଁ କିଛି ପ୍ରତିବନ୍ଧକ ଲାଗିବ। ଆସନ୍ତୁ ଜାଣିବା ICC ଜାରି କରିଥିବା ଗିରଫ ପରୱାନାର ଅର୍ଥ କଣ ଓ ପୁଟିନଙ୍କ ଉପରେ କେଉଁସବୁ କାର୍ଯ୍ୟାନୁଷ୍ଠାନ ହେବ।

ପୁଟିନଙ୍କ ଉପରେ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ସହିତ ବିଶ୍ୱ ନେତାଙ୍କ ସହ ଦେଖାସାକ୍ଷାତ କରିବା ବା ଆଲୋଚନା କରିବାରେ ପ୍ରତିବନ୍ଧକ ଲାଗିବ। କୌଣସି ରାଷ୍ଟ୍ରର ମୁଖ୍ୟଙ୍କୁ ଆଇସିଜେରୁ ଦଣ୍ଡ ମିଳିବାରେ ପୁଟିନ ତୃତୀୟ ବ୍ୟକ୍ତି। ଏହା ପୂର୍ବୁର ଦୁଇ ଜଣ ରାଷ୍ଟ୍ରମୁଖ୍ୟଙ୍କୁ ଦଣ୍ଡିତ କରିଛନ୍ତି ଅନ୍ତର୍ଜାତୀୟ କୋର୍ଟ।  

ପୁଟିନଙ୍କ ବିରୋଧରେ ଯୁଦ୍ଧ କରିବା ଭଳି ଅପରାଧ ଲାଗିଛି। ଯୁଦ୍ଧରେ ୟୁକ୍ରେନର ଶତାଧିକ ଛୋଟପିଲାଙ୍କର ନିର୍ବାସନ ହୋଇଥିବା ପୁଟିନଙ୍କ ବିରୋଧରେ ଅଭିଯୋଗ ହୋଇଛି। ତେବେ ଆଇସିସିର ନିଷ୍ପତ୍ତିକୁ ତୁରନ୍ତ ଖଣ୍ଡନ କରିଛି ଋଷ। ଆମ ଦେଶ ପାଇଁ ଅନ୍ତର୍ଜାତୀୟ କୋର୍ଟଙ୍କ ରାୟର କୌଣସି ଅର୍ଥ ନାହିଁ ବୋଲି ଋଷ ବିଦେଶ ମନ୍ତ୍ରୀ କହିଛନ୍ତି।  

ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ

ଅନ୍ତର୍ଜାତୀୟ ଅପରାଧ କୋର୍ଟ(ICC) ୧୨୩ ସଦସ୍ୟ ରାଷ୍ଟ୍ର ରହିଛନ୍ତି। ଯଦି ଏହି ରାଷ୍ଟ୍ରରେ ପୁଟିନ ପାଦ ରଖିଲେ ତେବେ ସେମାନେ ପୁଟିନଙ୍କୁ ଗିରଫ କରିବାକୁ କିମ୍ବା ହେପାଜତକୁ ନେବାକୁ ବାଧ୍ୟ ହେବେ। କିନ୍ତୁ ଏଥିରେ ବୃହତ ଅର୍ଥନୀତିରେ ଦେଶ ଋଷ, ଆମେରିକା ଚୀନ କିମ୍ବା ଭାରତ ସଦସ୍ୟ ନାହାନ୍ତି। ତେଣୁ ଆଇସିଜେ ନିର୍ଦ୍ଦେଶ ଋଷ ପାଇଁ ମୂଲ୍ୟହୀନ ବୋଲି କ୍ରେମଲିନ ବୈଦେଶିକ ବ୍ୟପାର ମନ୍ତ୍ରୀ କହିଛନ୍ତି।

ଆଇସିସିକୁ ରୋମ ଆଇନଦ୍ୱାରା ବନାଯାଇଥିଲା। ୟୁରୋପିୟନ ୟୁନିୟନ ଦେଶମାନେ ଓ ଅଷ୍ଟ୍ରେଲିଆ, ବ୍ରାଜିଲ, ବ୍ରିଟେନ୍, କାନାଡ଼ା, ଜାପାନ, ମେସ୍କିକୋ, ସ୍ୱୀଜରଲ୍ୟାଣ୍ଡ ଓ ୩୩ ଆଫ୍ରିକୀୟ ଦେଶ ଏବଂ ୧୯ ଦକ୍ଷିଣାଞ୍ଚଳ ଦେଶକୁ ନେଇ ଏହା ତିଆରି ହୋଇଛି।

୨୦୦୦ ମସିହାରେ ଋଷ ମଧ୍ୟ ରୋମର ଏହି ଆଇନ୍‌ରେ ଦସ୍ତଖତ କରିଥିଲା। ହେଲେ ଆଇସିସି ମସ୍କୋର ୟୁକ୍ରେନ୍ କ୍ରିମିଆ ଉପଦୀପର ଦଖଲକୁ ଏକ ବଳପୂର୍ବକ ଯୁଦ୍ଧ କରି ଅକ୍ତିଆର କରାଯାଇଛି ବୋଲି କହିବା ପରେ ୨୦୧୬ରେ ଋଷ ନିଜ ସମର୍ଥନ ଫେରାଇ ନେଇଥିଲା। ସୂଚନା ଥାଉକି ପୁଟିନଙ୍କ ପୂର୍ବରୁ ସୁଦାନର ପୂର୍ବତନ ରାଷ୍ଟ୍ରପତି ଉମାର ଅଲ ବଶୀର ଓ ଲିବ୍ୟା ମୁଖ୍ୟ ମୁଆମାର ଗଦ୍ଦାଫୀକୁ ଆଇସିସି ଦଣ୍ଡିବିଧାନ କରିଥିଲେ।  

   Related Posts