ଭୁବନେଶ୍ବର୧/୧୨: ବାପା ଆଇଏଫଏସ୍ ଅଭୟକାନ୍ତ ପାଠକ ଏବଂ ପୁଅ ଆକାଶ ପାଠକ ବର୍ତ୍ତମାନ ଜେଲର ଚାରିକାନ୍ଥରେ ଦିନ କାଟୁଛନ୍ତି। ଏହି ପାଠକଙ୍କ ନାଁରେ ଏତଲା ଦେଲା ସ୍କାଏ କିଙ୍ଗ। ଚାଟର୍ଡ ଫ୍ଲାଇଟ୍ରେ ଯା, ଆସ କରି ଟ୍ରାଭେଲ୍ସ ସଂସ୍ଥାକୁ ୬୫ ଲକ୍ଷ ଟଙ୍କା ଠକିଛନ୍ତି। ପୁଣି ସେମାନଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ବାପ-ପୁଅ ଜେଲ୍ରେ ଥିବାରୁ ସିଧାସଳଖ ପଚରା ଉଚରା ସମ୍ଭବ ହୋଇ ନାହିଁ। ଏଣୁ ତାଙ୍କୁ ରିମାଣ୍ଡରେ ଆଣିବାକୁ କମିସନରେଟ୍ ପୁଲିସ ଯୋଜନା କରୁଥିବା ଜଣାପଡ଼ିଛି।
ଆକାଶ ନିଜକୁ ଟାଟା ମୋଟର୍ସ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇ ଇ-ମେଲ୍ ଏବଂ ଅନ୍ୟାନ୍ୟ ଜାଲ୍ ଡକ୍ୟୁମେଣ୍ଟ୍ ପଠାଇ ଚାର୍ଟାର୍ଡ ଫ୍ଲାଇଟ୍ ହୋଟେଲ ବୁକ୍ କରିଥିଲେ। ଜୁନ୍ ଠାରୁ ଚଳିତ ମାସ ପର୍ଯ୍ୟନ୍ତ ୨ କୋଟି ୭୮ ଲକ୍ଷ ୩୯ ହଜାର ୮୭ ଟଙ୍କାର ବୁକିଂ କରିଥିଲେ। ଏହି ବୁକିଂ ବାବଦରେ ସେ ୨ କୋଟି ୧୩ ଲକ୍ଷ ୨୨ ହଜାର ୮ଶହ ୫୪ ଟଙ୍କା ଦେଇଥିଲେ। ଅବଶିଷ୍ଟ ଦେୟ ୬୫ ଲକ୍ଷ ୧୬ ହଜାର ୨୩୩ ଟଙ୍କା ଦେଇ ନଥିଲେ।