ବାଘୁଣୀ ସୁନ୍ଦରୀକୁ ଧରିବାକୁ ଜନ୍ତା ପ୍ରସ୍ତୁତ ; ସାତକୋଶିଆକୁ ହୋଇପାରେ ସ୍ଥାନାନ୍ତର
26/09/2018 at 12:04 PM

ଅନୁଗୋଳ ୨୬|୯: ସୁନ୍ଦରୀକୁ ଧରିବାକୁ ଯନ୍ତା ପ୍ରସ୍ତୁତ ହୋଇଛି । ସୁନ୍ଦରୀର ଉତ୍ପାତ ଦିନକୁ ଦିନ ବଢୁଥିବାରୁ ତାକୁ ଆଠମଲ୍ଲିକ ଅଞ୍ଚଳରୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜଙ୍ଗଲ ବିଭାଗ ଯୋଜନା କରିଛି । ଆଉ ଏହି ସବୁ କାର୍ଯ୍ୟ ଗୁପ୍ତରେ ଚାଲିଛି । ସେପଟେ ଗତ ସପ୍ତାହ ହେବ ଆଠମଲ୍ଲିକ ବନଖଣ୍ଡରେ ବୁଲୁଛି ବାଘୁଣୀ ସୁନ୍ଦରୀ । ସବୁବେଳେ ଗାଁ ପାଖରେ ବୁଲାବୁଲି କରୁଛି । ସାତକୋଶିଆର ନିଘଞ୍ଚ ଜଙ୍ଗଲ ଛାଡି ଆଠମଲ୍ଲିକର ବିପ୍ରଡିହ ପରେ କୁସୁମକୁହୁରୀ, ଲେହଡିରେ ପ୍ରବେଶ କରିଥିଲା । ଲେହେଡି ଗାଁରେ ଏକ ଗାଈକୁ ମାରି ଖାଇଥିଲା। ଗୁରୁବାର ଆଠମଲ୍ଲିକ କଲେଜ ପାଖରେ ବୁଲୁଥିଲା। ବିଭାଗର କର୍ମଚାରୀ ବାଘୁଣୀ ସହ ମୁହାଁମୁହିଁ ହୋଇଥିବା ଜଣା ପଡ଼ିଛି। ବାଘୁଣୀ ଆଖପାଖ ଗାଁରେ ବୁଲି ପୁଣିଥରେ ଶିକାର କରିବ ବୋଲି ଚର୍ଚ୍ଚା ହେଉଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ । ବନ ବିଭାଗ ସୁନ୍ଦରୀର ଗତିବିଦି ଉପରେ ୨୪ ଘଣ୍ଟିଆ ନଜର ରଖିଛି । ଅନ୍ୟପଟେ ସୁନ୍ଦରୀ ପାଇଁ ବେଶ ହନ୍ତସନ୍ତ ହେଲାଣି ବନ ବିଭାଗ । ସୁନ୍ଦରୀ ପାଇଁ ପ୍ରତିଦିନ ୩୦ ହଜାରରରୁ ଅଧିକ ଖର୍ଚ୍ଚ କରୁଛି ବନ ବିଭାଗ । ନିକଟରେ କର୍ଣ୍ଣାଟକରୁ ହାତୀ ଆଣିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦେଇଥିବା ବେଳେ ସରକାରୀ ସ୍ତରରେ କୌଣସି ନିଷ୍ପତ୍ତି ହୋଇନାହିଁ । ତେଣୁ ଏସବୁରୁ ମୁକ୍ତି ପାଇଁ ବନ ବିଭଗ ସୁନ୍ଦରୀକୁ ଧରି ଅନ୍ୟତ୍ର ନେବାକୁ ଯୋଜନା କରିଛି ବନ ବିଭାଗ ।