ମଦୁଆ ସାବଧାନ! ମଦ ପିଇ ଗାଡ଼ି ଚଳାଉଥିବା ଚାଳକଙ୍କୁ ଧରିବା ପାଇଁ ରାଜଧାନୀରେ ଚେକିଂ ଜୋରଦାର
25/05/2022 at 10:43 PM

ଭୁବନେଶ୍ୱର, ୨୫/୦୫: ମଦ ପିଇ ରାସ୍ତାରେ ଗାଡି ଚଲାଉଛନ୍ତି କି ? ମଦୁଆ ଗାଡି ଚାଳକ ସାବଧାନ। କେତେ ବେଳେ ବାତିଲ ହୋଇଯାଇ ପାରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ। ଗଣି ପାରନ୍ତି ମୋଟା ଅଙ୍କର ତଣ୍ଡ । ରାଜଧାନୀ ଭୁବନେଶ୍ବେରେ ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ଧରିବା ପାଇଁ ପରିବହନ ବିଭାଗ ପକ୍ଷରୁ ଚେକିଙ୍ଗ ଅଭିଯାନକୁ ଜୋରଦାର କରାଯାଇଛି ।
ବିଭିନ୍ନ ଛକରେ ଅଚାନକ ଯାଞ୍ଚ କରାଯାଉଛି । ମଦ ପିଇ ଗାଡି ଚଳାଉଥିବା ଗାଡି ଚାଳକଙ୍କୁ ଧରପଗଡ କରାଯାଉଛି । ଗାଡି ଚାଳକଙ୍କୁ ଚେକିଙ୍ଗ କରାଯାଉଛି । ଭୁବନେଶ୍ବର ନାକା ଗେଟ ଠାରେ ପରିବହନ ବିଭାଗ ଯାଞ୍ଚ ସମୟରେ ବହୁ ମଦ୍ୟପ ଡ୍ରାଇଭର ପରିବହନ ବିଭାଗ ହାତରେ ଧରାପଡିଛନ୍ତି ।