ଫିଟନେସ ନଥିବା ସ୍କୁଲ ବସ୍‌ ଉପରେ ନିଆ ଯିବ କାର୍ଯ୍ୟାନୁଷ୍ଠାନ : ପରିବହନ ବିଭାଗ

Published By : Prameya-News7 Bureau | July 07, 2019 IST

ଭୁବନେଶ୍ବର୭|୭: ଫିଟନେସ ନଥିବା ସ୍କୁଲ ବସ ଉପରେ ନିଆ ଯିବ କାର୍ଯ୍ୟାନୁଷ୍ଠାନ ।  ​‌ ବେଆଇନ ଭାବେର ଗାଡ଼ି ଚାଲିଥିବା ମାନିଲେ ପରିବହନ ମନ୍ତ୍ରୀ । କଡ଼ା ଆକ୍ସନ ମୋଡ଼ରେ ଏବେ ପରିବହନ ବିଭାଗ । ଛାତ୍ରଛାତ୍ରୀ ଜୀବନ ସହ ଚାଲିଛି ଖେଳ ।

{"id":131531}

ସ୍କୁଲ ବସ ବାରମ୍ବାର ଦୁର୍ଘଟଣା ଘଟିବା ପରେ , ଆକ୍ସନକୁ ଆସିଥିଲେ ସରାକର । କିଛି ଦିନର ଧରପଗଡ଼ ପରେ ପୁଣି ଯେଉଁ କଥାକୁ ସେଇ କଥା । ​‌ତେବେ ଏଣିକି ନିୟମିତ ଯାଞ୍ଚ କରାଯିବା ସହିତ ଦୃଢ କାର୍ଯ୍ୟାନୁ ନିଆଯିବ। କାରଣ  ଘୋରଇ ବିଦ୍ୟାଳଗୁଡ଼ିକରେ ପାଠପଢୁଥିବା ପିଲାମାନ ଯେଉଁ ବସରେ ଯିବା ଆସିବା କରୁଛନ୍ତି ତାହାର ଫିଟନେସ ଅଛି ନା ନାହଁ ତାହା ସଂପୃକ୍ତ ସ୍କୁଲ ପକ୍ଷରୁ ଜଣାନାହିଁ । ରାଜଧାନୀରେ ଗଡ଼ୁଥିବା ସ୍କୁଲ ବସମାନଙ୍କ ଭିତରୁ ୧୦୨ ଟି ବସ୍‌ର ଫିଟନେସ ନଥିବା ଜଣାପଡ଼ିଥିବାବେଳେ,୩୭ଟି ବସ  ଚଳାଚଳ ବନ୍ଦ କରିଛି ପରିବହନ ବିଭାଗ ।

{"id":131532}

ଅନୁମାନ କରୁଥିବେ ଏହି କୋମଳମତି ପିଲାମାନଙ୍କ ଜୀବନ ପ୍ରତି କିପରି ଖେଳ ଖେଳୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଖୋଦ ପରିବହନ ମନ୍ତ୍ରୀ  ଏକଥାକୁ ସ୍ବୀକାର କରିଛନ୍ତି ଯେ, ବେଆଇନ ଭାବରେ  ଏହି କାର୍ଯ୍ୟ ଚାଲିଛି । ​‌ତେଣେ ଧରପଗଡ଼ କରାଯିବା ସହିତ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

{"id":131533}

ସୁପ୍ରିମକୋଟଙ୍କ  ସଡ଼କ ସୁରକ୍ଷା କମିଟିର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଥିବା ସମସ୍ତ ଜିଲ୍ଲାଗୁଡିକରେ ଏହି ନିୟମକୁ କିପରି ପାଳନ କରାଯାଉଛି ଓ କେତେ ଉଲଂଘନ ହେଉଛି ସେ ନେଇ ରାଜ୍ୟ ସରକାର ରିପୋର୍ଟ ତଲବ କରିବେ । ସ୍କୁଲ ବସର ଧରପଗଡ଼ ପରେ ଅଟୋ ଗୁଡ଼ିକର ମଧ୍ୟ ପାଞ୍ଚ କରାଯିବ। କାରଣ ଗୋଟିଏ ଅଟୋରେ ୬ ଜଣ ପିଲା ଯିବାର ନିୟମ ରହିଥିବାବେଳେ, ମନଇଛା ପିଲାମାନଙ୍କୁ ନେଉଛନ୍ତି ଅଟୋଚଳାକ ।  ସେପଟେ ଲାଇସେନସ ନଥାଇ ଅଭିଭାବକମାନେ ପିଲାମାନଙ୍କ ଗାଡ଼ି ଚଳେଇବାକୁ ଦେଉଛନ୍ତି ।ଏହା ଉପରେ ନଜର  ରଖିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମାନ୍ୟବର ସୁପ୍ରିମକୋଟ ନିର୍ଦ୍ଦେଶ ଦେଇଛନ୍ତି

{"id":131534}

ସୁପ୍ରିମକୋଟଙ୍କର ନିର୍ଦ୍ଦେଶ ପରେ ରାଜ୍ୟ ସରାକରଙ୍କ ପରିବହନ ବିଭାଗର ଆକ୍ସନ କେତେମାତ୍ରାରେ ପ୍ରଭାବ ପକାଇବ ତାକୁ ହିଁ ଅପେକ୍ଷା ।

{"id":131537}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.