ସାବିତ୍ରୀ ବ୍ରତ ପାଳିଲେ କିନ୍ନର: କାହାପାଇଁ ରଖିଥିଲେ ବ୍ରତ ଜାଣନ୍ତୁ

Published By : Prameya-News7 Bureau | June 03, 2019 IST

ପାରଳାଖେମୁଣ୍ଡି ୩|୬: ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ  । ଏହି  ଦିନରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ଏହି ବ୍ରତ କରିଥାନ୍ତି  । ହେଲେ କିନ୍ନରମାନେ ଏହି ବ୍ରତକୁ ନିଜ ଗୁରୁଙ୍କ ପାଇଁ ପାଳନ କରିଥାନ୍ତି  । ପାରଳାଖେମୁଣ୍ଡିରେ କିନ୍ନରମାନେ ଏହି ବ୍ରତକୁ ପାଳନ କରି ନିଜ ଗୁରୁଙ୍କ ମଙ୍ଗଳ କାମନା କରିଛନ୍ତି  ।

{"id":119203}

ସାଧାରଣ ମଣିଷଙ୍କ ଠାରୁ କିନ୍ନରଙ୍କ ଜୀବନ ଶୈଳି କିଛିଟା ଅଲଗା  । କିନ୍ନରମାନେ ବିଭିନ୍ନ ପର୍ବ ପର୍ବାଣୀ ତାଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି  । ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ସ୍ତ୍ରୀ ମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ କିନ୍ନରମାନେ ସେମାନଙ୍କ ଗୁରୁଙ୍କ ଦୀର୍ଘାୟୁ କାମନା କରି ଏହି ବ୍ରତ ରଖିଥାନ୍ତି  ।

{"id":119204}

ସାଧାରଣ ମହିଳାଙ୍କ ପରି କିନ୍ନର ମାନେ ନୂତନ ପୋଷାକ ପରିଧାନ କରିବା ସହ ସଜେଇ ହୋଇ ଏକାଠି ଏହି ବ୍ରତକୁ ପାଳିଛନ୍ତି  ।

{"id":119205}

ଆଜି ସକାଳୁ କିନ୍ନରମାନେ ଆମ୍ବ, ପଣସ,ସପୁରୀ ଆଦି ବିଭିନ୍ନ ପ୍ରକାର ଫଳ ସହ ଶାଢୀ, ଚୁଡି , ସିନ୍ଦୁର ଆଦି ସାଙ୍ଗରେ ନେଇ ପହଁଚିଥିଲେ ପାରଳାଖେମୁଣ୍ଡିର ଶ୍ୟାମା କାଳୀ ମନ୍ଦିରରେ  । ଏଠାରେ ସେମାନେ ପୂଜାର୍ଚ୍ଚନା କରିବା ସହ ଗୁରୁଙ୍କ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ  ।

{"id":119206}

ଏହାପରେ୍ ଗୁରୁଙ୍କ ପାଦ ଛୁଇଁ ଆଶୀର୍ବାଦ ନେବା ସହ ଗୁରୁଙ୍କ ପାଦୁକା ପାନ କରିବା ପରେ ପ୍ରସାଦ ସେବନ କରିଥିଲେ  । କିନ୍ନରମାନେ ନିଜ ଘର ଛାଡି ବାହାରକୁ ଚାଲିଆସିଥିବାରୁ ନିଜ ଗୁରୁହିଁ ସେମାନଙ୍କ ପାଇଁ ବାପା,ମାଁ,ସ୍ବାମୀ ସବୁକିଛି  । ତେଣୁ ତାଙ୍କ ପାଇଁ ବ୍ରତ ପାଳନ କରୁଥିବା ସେମାନେ କହିଛନ୍ତି  ।

{"id":119207}

କିନର ମାନେ ସାମାଜିକ ଭାବେ ଏକ ପ୍ରକାର ବାସନ୍ଦ । ସମାଜ ତାଙ୍କୁ ଭିନ୍ନ ଚକ୍ଷୁରେ ଦେଖିଥାନ୍ତି  । ତେଣୁ ସେମାନେ ଘର ଛାଡି ଭିନ୍ନ ଏକ ଦୁନିଆରେ ରହିଥାନ୍ତି  । ସେମାନଙ୍କ ଜୀବନ ଶୈଳି ଏବଂ ପୂଜା ପଦ୍ଧତି ସବୁ କିଛି ସେମାନଙ୍କ ପରମ୍ପରା ଅନୁସାରେ ପାଳନ କରିଥାନ୍ତି  ।

{"id":119208}

ଶାସ୍ତ୍ର ଅନୁସାରେ କିନ୍ନରଙ୍କ ପାଇଁ ସେମାନଙ୍କ ଗୁରୁହିଁ ସବୁ କିଛି  । ତେଣୁ ତାଙ୍କ ମଙ୍ଗଳ କାମନା କରି ପୁର୍ଜାଚ୍ଚନା କରିବାର ବିଧି ରହିଛି  । ବିଶେଷ କରି ଦକ୍ଷିଣ ଓଡିଶାରେ କିନ୍ନରେମାନେ ଏହି ପର୍ବକୁ ପାଳନ କରିଆସିଛନ୍ତି ।

{"id":119209}

କିନର ମାନଙ୍କୁ ଯଦିଓ ବର୍ତମାନ ଆଇନଗତ ଅଧିକାର ମିଳିଛି  । ତଥାପି ସମାଜ ଆଜିବି ଗ୍ରହଣ କରିପାରିନାହିଁ  । ତେବେ ସେମାନେ ନିଜ ପରମ୍ପରା ଓ ସଂସ୍କୃତିକୁ ନେଇ ଚଳିଆସୁଛନ୍ତି  ।

{"id":119210}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.