ଝିଅରୁ ହେଲେ ପୁଅ: ସର୍ଜରୀ ପରେ ଏହି ଅଭିନେତ୍ରୀଙ୍କ ସାର୍ଟଲେସ୍ ଫଟୋ ଦେଖି ଫ୍ୟାନ୍ସ ହେଲେ ଦିବାନା

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ ୨୮/୦୫: ହଲିଉଡ୍ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଏଲିଅଟ୍ ପେଜ୍ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କିଛି ଦିନ ପୂର୍ବରୁ ସେ ତାଙ୍କର ଟ୍ରାନ୍ସଜେଣ୍ଡର ହେବାର ଘୋଷଣା କରିଥିଲେ। ଗତ ବର୍ଷ ଡିସେମ୍ବରରେ ତାଙ୍କ ଇନଷ୍ଟାଗ୍ରାମ୍ ପେଜରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଥିଲେ ଯେ ସେ ନିଜର ଲିଙ୍ଗ ପରିବର୍ତ୍ତନ କରିଛନ୍ତି ଏବଂ ସର୍ଜରୀ ପରେ ସେ ଜଣେ ପୁରୁଷ ହୋଇପାରିଛନ୍ତି। ବର୍ତ୍ତମାନ ପୁଣିଥରେ ଏଲିଅଟ୍ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।  ବାସ୍ତବରେ, ଏଲିଅଟ୍ ପେଜ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ବିନା ସାର୍ଟ ପିନ୍ଧିଥିବା ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଟପ୍ ସର୍ଜରୀ ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ଏଲିଅଟ୍ ଏଭଳି ଫଟୋ ସେୟାର କରିଛନ୍ତି। ଫ୍ୟାନ୍ସଙ୍କ ସହିତ ଅନେକ ସେଲିବ୍ରିଟି ମଧ୍ୟ ଏହି ଫଟୋ ଉପରେ କମେଣ୍ଟ ଦେଉଛନ୍ତି ।

wp:html
/wp:html

ହଲିଉଡ ଅଭିନେତ୍ରୀ ଆଶ୍ଲେ ପାର୍କ ସମେତ ଅନେକ ଷ୍ଟାର ମଧ୍ୟ ଏଲିଅଟଙ୍କ ଏହି ଫଟୋ ଉପରେ କମେଣ୍ଟ ଦେଇଛନ୍ତି। ଆଶ୍ଲେ ଲେଖିଛନ୍ତି, " ତୁମେ ବହୁତ ସୁନ୍ଦର ଦେଖାଯାଉଛ, ମୁଁ ଅପେକ୍ଷାରେ ରହିଲି ତୁମ ସହ କେବେ ଏକାଠି ପହଁରିବି ।"

ଇନ୍ସେପସନ୍, 'ଜୁନୋ' ଏବଂ 'ଦ ଅମ୍ବ୍ରେଲା ଏକାଡେମୀ' ଭଳି ଫିଲ୍ମର ଷ୍ଟାର ଏଲିଅଟ୍ ପେଜ୍, ୨୬ ଜୁନ୍ ୨୦୧୩ ରେ ଟପ୍ ସର୍ଜରୀ କରାଇଥିଲେ, ଯେଉଁଥିରେ ତାଙ୍କର ଉଭୟ ବ୍ରେଷ୍ଟ ରିମୁଭ୍ କରାଯାଇଥିଲା । ଏହି ସର୍ଜରୀକୁ ଏଲିଅଟ୍ ଏକ ଇଣ୍ଟରଭ୍ୟୁରେ 'ଜୀବନ ପରିବର୍ତ୍ତନକାରୀ' ଏବଂ 'ଜୀବନ ରକ୍ଷାକାରୀ' ବୋଲି କହିଥିଲେ। ସେ କହିଥିଲେ, ଯେତେବେଳେ ମୋର ସର୍ଜରୀ କରାଯାଇଥିଲା, ମୋତେ ଲାଗିଲା ଯେମିତି ମୁଁ ନିଜକୁ ପୁଣି ଥରେ ଫେରି ପାଇଛି।

{"width":667,"height":450}
इलियट पेज

ଏଲିଅଟ୍ କହିଛନ୍ତି, ସେ ମହିଳାଙ୍କ ପୋଷାକରେ ଆଦୌ ସହଜ ଅନୁଭବ କରିପାରୁନଥିଲେ। ଫିଲ୍ମ 'ଇନସେପସନ୍'ର ପ୍ରିମିୟର୍ ସମୟରେ ସେ ଯେଉଁ ଡ୍ରେସ୍ ପିନ୍ଧିଥିଲେ ସେଥିରେ ସେ ପାନିକ୍ ହେବା ସହ ନର୍ଭସ ହେବାକୁ ଲାଗିଥିଲେ । ସର୍ଜରୀ ପୂର୍ବରୁ ୨୦୧୨ ରେ ଏଲିଅଟ୍ ପେଜ୍ ତାଙ୍କ ନାମ ପରିବର୍ତ୍ତନ କରିଥିଲେ । ତାଙ୍କ ନାମ ଏଲନ୍ ପେଜ୍ ଥିଲା, ଯାହାକୁ ବଦଳାଇ ଏଲିଅଟ୍ ପେଜ୍ କରିଥିଲେ ।  ଏକ ବର୍ଷ ପରେ ସେ ଟେଷ୍ଟୋଷ୍ଟେରନ୍ ନେବା ଆରମ୍ଭ କରିଥିଲେ ଏବଂ ପରେ ୨୦୧୩ ରେ ସର୍ଜରୀ କରାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.