ଏଣିକି ମହିଳା ଆଥଲିଟ୍ସ ବର୍ଗରେ ସାମିଲ୍ ହୋଇ ପାରିବେ କିନ୍ନର କ୍ରୀଡ଼ାବିତ୍, ପ୍ରସ୍ତାବ ଦେଲା ବିଶ୍ବ ଆଥ୍ଲେଟିକ୍ସ
24/01/2023 at 8:16 PM

ନୂଆଦିଲ୍ଳୀ, ୨୪/୧୦: ଦୌଡ଼ ପ୍ରତିଯୋଗିତା ତଥା ଅନ୍ୟାନ୍ୟ ଖେଳରେ ସାମିଲ୍ ହୋଇପାରିବେ କିନ୍ନର କ୍ରୀଡ଼ାବତ୍। ଏନେଇ ବିଶ୍ବ ଆଥ୍ଲେଟିକ୍ସ ଏକ ପ୍ରସ୍ତାବ ରଖିଛି। ଏହି ପ୍ରସ୍ତାବ ଅନୁଯାୟୀ କିନ୍ନର କ୍ରୀଡ଼ାବିତ୍ମାନେ ମହିଳା ବର୍ଗରେ ସାମିଲ୍ ହୋଇ ଭାଗ ନେଇପାରିବେ। ଏହାକୁ ନେଇ ଓ୍ବାର୍ଲ୍ଡ ଆଥ୍ଲେଟିକ୍ସ ବିଭିନ୍ନ ଫେଡେରେସନଙ୍କ ସହ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିଛି। ଏହି ପ୍ରସ୍ତାବ ଗତ ବର୍ଷ କିନ୍ନର ଆଥଲିଟ୍ଙ୍କ ଉପରେ ଲଗିଥିବା ଏକ ବ୍ୟାନ୍ ଉପରେ ରହିଛି। ତେବେ ଏହାକୁ ନେଇ ଅନ୍ତିମ ନିଷ୍ପତ୍ତି ଆସିନାହିଁ। ବିଶ୍ବ ଆଥ୍ଲେଟିକ୍ସ କହିଛି ନିୟମରେ କଡ଼ା କରାଯାଇପାରେ କିନ୍ତୁ ବ୍ୟାନ୍କୁ ସଂପୂର୍ଣ୍ଣ ଭାବରେ ଲାଗୁ କରାଯାଇପାରିବନାହିଁ।
ରିପୋର୍ଟ ଅନୁଯାୟୀ, ଏହା ଏକ ଅପ୍ସନ ଭାବରେ ରହିବ। ଯାହା କିନ୍ନର ଏବଂ ଲିଙ୍ଗ ବିଭେଦ ଥିବା ଆଥଲିଟ୍ଙ୍କୁ ଖେଳ ଜାରି ରଖିବାକୁ ବିକଳ୍ପ ଦେବ। ଏହା ଏହି ଖେଳାଳିମାନଙ୍କୁ ନିର୍ଦ୍ଦିଷ୍ଟ ଖେଳ ପାଇଁ ଆବଶ୍ୟକତା ଥିବା ଶାରୀରିକ ଗଠନର ଆବଶ୍ୟକତାକୁ ହ୍ରାସକରିବ। ଏହା କିନ୍ନର ଖେଳାଳିଙ୍କ ଶରୀରରେ ଥିବା ପ୍ଳାଜମା ଟେଷ୍ଟାଷ୍ଟିରନ ସ୍ତରକୁ ବର୍ତମାନ ଥିବା ୫ nmol/L ରୁ ଅଧା କରି 2.5 nmol/L କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ, ଗତ ବର୍ଷ ବ୍ରିଟିଶ ଟ୍ରାଇଆଥଲନ୍ ପ୍ରଥମ ଥର ପାଇଁ ମହିଳା ବର୍ଗରେ କିନ୍ନର ଆଥଲିଟ୍ଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲା । ସେହିଭଳି ସ୍ବିମିଂ ଇଣ୍ଟରନାସନାଲ ଫେଡେରେସନ ଫିନା ମଧ୍ୟ ମହିଳା ବର୍ଗରେ କିନ୍ନର ଆଥ୍ଲିଟ୍ଙ୍କୁ ସାମିଲ୍ କରିବା ଉପରେ ବ୍ୟାନ୍ ଲଗାଇଥିଲା। ପ୍ରଥମ ଅନ୍ତର୍ଜାତୀୟ ଫେଡେରେସନ ଭାବରେ ବିଶ୍ବ ରଗ୍ବୀ ୨୦୨୦ ରେ ପ୍ରଥମ ଥର ଅନ୍ତର୍ଜାତୀୟ ସ୍ତରର କ୍ରୀଡ଼ାରେ ଭାଗ ନେଇପାରିବେନି ବୋଲି ଘୋଷଣା କରିଥିଲା।
ତେବେ ଏବେବି ଏହାକୁ ନେଇ ବିତର୍କ ଜାରି ରହିଛି ଯେ ମହିଳା ବର୍ଗରେ କିନ୍ନର କ୍ରୀଡ଼ାବିତ୍ଙ୍କୁ ଖେଳାଯିବା ଉଚିତ୍ କି ନାହିଁ ? ଅନେକ ଗବେଷଣାରେ ଜଣାପଡ଼ିଛି ପୁରୁଷମାନେ ଯୁବାବସ୍ଥା ଲାଭ କରିବାଦ୍ବାରା ସେମାନଙ୍କଠାରେ ମାଂସପେଶୀ ବିକଶିତ ହୋଇଥାଏ ତଥା ଅନ୍ୟାନ୍ୟ ପରିବର୍ତ୍ତନ ହୋଇଥାଏ ଯାହା ସହାୟକ ହୋଇଥାଏ। ଅବଶ୍ୟ ଟ୍ରାନ୍ସ ଆଥଲିଟ୍ଙ୍କୁ ଅନେକ ହର୍ମୋନ୍ ଥେରାପୀ ଦ୍ବାରା ଟେଷ୍ଟାଷ୍ଟେରନ୍କୁ ହ୍ରାସ କରିବାକୁ ପଡ଼ିଥାଏ।