AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲବାଣୀ:୨୪ ଘଣ୍ଟାରେ ଦୁଇ ଦୁଇ ଥର ଚଢାଉ, ଦେଢ଼ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ
  • ||
  • ଝାରସୁଗୁଡା: ନବଦାସ ହତ୍ୟା ଘଟଣା, ଅଭିଯୁକ୍ତ ଗୋପାଳର ହେବ ନାର୍କୋ ଟେଷ୍ଟ
  • ||
  • ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବୋମାମାଡ ଘଟଣା, ଦୁଇ ଜଣଙ୍କୁ ବାନ୍ଧିଲା ପୋଲିସ
  • ||
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜୀବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

UPIରେ ଟଙ୍କା ଟ୍ରାନ୍ସଫର ହୋଇପାରେ ମହଙ୍ଗା ! ଚାର୍ଜ ଅସୁଲ ଲାଗି ପ୍ରସ୍ତୁତି କରୁଛନ୍ତି RBI

21/08/2022 at 4:31 PM

ନୂଆଦିଲ୍ଲୀ ୨୧।୮: ୟୁନିଫାଇଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ଏବେ ଭାରତରେ ବେଶ ଲୋକପ୍ରୀୟ । ଏହିଡିଜିଟାଲ ପେମେଣ୍ଟରେ ଲୋକେ ନିମିଷକରେ ପୈଠ କରିପାରୁଥିବା ବେଳେ ଏଥିଲାଗି କୌଣସି ଚାର୍ଜ ଦେବାକୁ ବି ପଡୁନି। ତେବେ ଆଗାମୀ ଦିନରେ ପରିସ୍ଥିତି ପରିବର୍ତ୍ତନ ହୋଇପାରେ। ଲୋକଙ୍କୁ ଦେୟ ପୈଠ କରିବା ଲାଗି ଚାର୍ଜ ଦେବାକୁ ପଡିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ( ଆରବିଆଇ) ଏଥିଲାଗି ଡିସ୍କସନ ପେପର ଅନ୍ ଚାର୍ଜେସ୍ ଇନ ପେମେଣ୍ଟ ସିଷ୍ଟମ (ଡିପିସିପିଏସ) ଜାରି କରିଛନ୍ତି। ଏ ନେଇ ଆରବିଆଇ ପରାମର୍ଶ ଲୋଡିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ୟୁପିଆଇରୁ ଶୁଳ୍କ ଅସୁଲି ଲାଗି ଆରବିଆଇ ଏବେ ବିକଳ୍ପ ସନ୍ଧାନ କରୁଛନ୍ତି। ଏଣୁ ଆରବିଆଇଙ୍କ ପକ୍ଷରୁ ଜାରି ପେପରରେ ୟୁପିଆଇ ମଧ୍ୟ ଇମିଡିଏଟ୍ ପେମେଣ୍ଟ ସର୍ଭିସ (ଆଇଏମପିଏସ) ଭଳି ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଓ  ଏହା ଉପରେ ଟ୍ରାନ୍ସଫର ଟ୍ରାଞ୍ଜାକ୍ସନରେ ଚାର୍ଜେସ୍ ଲାଗିବା ଦରକାର ବୋଲି କହିଛନ୍ତି। ଆରବିଆଇଙ୍କ ଅନୁସାରେ ପୃଥକ ପୃଥକ ଏମାଉଣ୍ଟ ଲାଗି ଅଲଗା ଅଲଗା ଚାର୍ଜ ନିର୍ଦ୍ଧାରିତ କରାଯାଇପାରେ।

ପେପରରେ କୁହାଯାଇଛି ଯେ ୟୁପିଆଇ ଏକ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ ଭାବେ ପଇସାର ରିୟଲଟାଇମ ଟ୍ରାନ୍ସଫର ସୁନିଶ୍ଚିତ କରିଥାଏ। ସେହିପରି ଏକ ମର୍ଚେଣ୍ଟ ପେମେଣ୍ଟ ସିଷ୍ଟମ ଭାବେ ମଧ୍ୟ ରିୟଲଟାଇମରେ ସେଟେଲମେଟ୍ ସୁନିଶ୍ଚିତ କରିଥାଏ। ଏହି ସବୁ କାମ ଯେପରି ବିନା କୌଣସି ଝିନଝଟରେ ନେଣ ଦେଣ ପୂରା କରିବାକୁ ବ୍ୟାଙ୍କମାନଙ୍କୁ ବେସିକ୍ ଇନଫ୍ରାଷ୍ଟକଚର ନିର୍ମାଣ କରିବାକୁ ପଡିଥାଏ। ଏଣୁ ଏପରି ସିଷ୍ଟମରେ ଅତିରିକ୍ତ ଅର୍ଥ ବ୍ୟୟ କରିବାକୁ ପଡିଥାଏ। ଏବେ  ଏପରି ଦେୟ ଉପରେ ଏବେ ଆରବିଆଇ ଶୁଳ୍କ ଲଗାଇବାକୁ ଚାହୁଁଛନ୍ତି। ଏଥିରେ ଡେବିଟ କାର୍ଡ ଟ୍ରାଞ୍ଜାକ୍ସନରେ ମଧ୍ୟ ଶୁଳ୍କ ଲଗାଇ ପାରନ୍ତି, ଯାହା ଏପର୍ଯ୍ୟନ୍ତ ନିଶୁଳ୍କ ଥିଲା।

   Related Posts