ନାବାଳିକା ଦୁଷ୍କର୍ମ ଘଟଣା: ବଦଳିଲେ ବିଏମ୍ସି ନର୍ଥ ଜୋନ୍ର ଜେଡିସି ପ୍ରମୋଦ ପୃଷ୍ଟି
6/11/2020 at 1:54 PM

ଭୁବନେଶ୍ବର୬/୧୧: ନାବାଳିକା ଦୁଷ୍କର୍ମ ଘଟଣାରେ ଜେଡିସି ପ୍ରମୋଦ ପୃଷ୍ଟିଙ୍କ ବଦଳି ହୋଇଛି। ସେ ବିଏମ୍ସି ନର୍ଥ ଜୋନର ଜେଡିସି ଥିଲେ। ତାଙ୍କ ବଦଳରେ ପୁରନ୍ଦର ନନ୍ଦଙ୍କୁ ନିଯୁକ୍ତି ଦିଆଯାଇଛି। କିଛିଦିନ ତଳେ ଭୁବନେଶ୍ବରସ୍ଥିତ ପ୍ରମୋଦଙ୍କ ବାସଭବନରେ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ଯାଜପୁର ବାଲିଚନ୍ଦ୍ରପୁର ପୋଲିସ୍ ଛାନ୍ଭିନ୍ ଆରମ୍ଭ କରିଥିଲା। ଦୁର୍ଗାପୂଜାରେ ପୀଡିତା ନିଜ ଘରକୁ ଯାଇଥିଲେ।
ତାଙ୍କ ସହ ଘଟିଥିବା ସମସ୍ତ ଘଟଣା ସଂପର୍କରେ ନିଜ ମାଆଙ୍କ ପାଖରେ କହିଥିଲେ। ଏପରି କି ପୀଡିତା ଗର୍ଭବତୀ ଥିବା କଥା ପରିବାର ଲୋକେ ଜାଣିବାକୁ ପାଇଥିଲେ। ଏ ନେଇ ବାଲିଚନ୍ଦ୍ରପୁର ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତାଙ୍କ ମାଆ। ଓଏଏସ୍ ଅଧିକାରୀଙ୍କ ଶ୍ବଶୁର ପ୍ରଫୁଲ ପୃଷ୍ଟି ଦୀର୍ଘ ୬ ମାସ ହେବ ତାଙ୍କୁ ଦୁଷ୍କର୍ମ କରି ଆସୁଥିଲେ। ଏହି ଅଭିଯୋଗରେ ଆଜି ତାଙ୍କୁ ବାଲିଚନ୍ଦ୍ରପୁର ପୋଲିସ୍ ଗିରଫ କରିଛି। ଅନ୍ୟପଟେ ଓଏଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି।