ହାତୀପାଇଁ ଲୋକେ ଅନ୍ଧାର, ରାତିସାରା ବିଦ୍ୟୁତ କାଟ ହେତୁ ଚୋରି ହୋଇଗଲା ୫ ଟ୍ରାନ୍ସଫର୍ମର

Published By : Prameya-News7 Bureau | December 03, 2022 IST

ତେଲକୋଇ ୦୩/୧୨: ତେଲକୋଇ ବ୍ଲକର ୧୩ ଟି ପଞ୍ଚାୟତକୁ ହାତୀ ଆଳରେ ଦୈନିକ ବିଦ୍ୟୁତ କାଟ କରାଯାଉଥିବା ବେଳେ ଚୋର ମାନେ ଏହାର ସୁଯୋଗ ନେଇ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି କରୁଛନ୍ତି । ଦୁଇଦିନରେ ଚୋରି ହୋଇଗଲାଣି ୫ଟି ବିଦ୍ୟୁତ ଟ୍ରାନ୍ସଫର୍ମର ।

ଆଗରୁ ଖୁଣ୍ଟାପଡା ପଞ୍ଚାୟତରୁ ଗୋଟିଏ ଟ୍ରାନ୍ସଫର୍ମର ଚୋରି ହୋଇଥିବା ବେଳେ ତେଲକୋଇ ହାଟପଡିଆ ଠାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହୋଇଥିଲା । ଗତକାଲି ପୁରୁଯୋଡା ପଞ୍ଚାୟତର ବ୍ରାହ୍ମଣିକଂସର, କରଙ୍ଗାପାଳ ଓ ପୁରୁଯୋଡା ଗାଁର ମହାନ୍ତ ସାହିରୁ ତିନୋଟି ଟ୍ରାନ୍ସଫର୍ମର ଚୋରି ହୋଇଯାଇଛି ।

ଆଗକୁ ଏଭଳି ବିଦ୍ୟୁତ କାଟ ଜାରି ରହିଲେ ୧୩ ପଞ୍ଚାୟତର ୯୦ରୁ ଉର୍ଦ୍ଧ୍ବ ଗ୍ରାମରେ ଥିବା ସମସ୍ତ ବିଦ୍ୟୁତ ଟ୍ରାନ୍ସଫର୍ମର ଚୋରି ହେବାର ସମ୍ଭାବନା ଦେଖାଦେଇଛି । ଟାଟା ପାଓ୍ବାର ଦାୟିତ୍ୱ ଭାର ନେବା ପରେ ନିୟମିତ ବିଦ୍ୟୁତ ସେବା ପାଇବେ ବୋଲି ଲୋକେ ଆଶା କରିଥିବା ବେଳେ ଟାଟା ପାଓ୍ୱାରର ମନୋମୂଖି କାର୍ଯ୍ୟ ଯୋଗୁଁ ଆଗାମି ଦିନରେ ଲୋକେ ନିଆଁଖୁଣ୍ଟାକୁ ଭରସା କରିବେ ବୋଲି ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.