ମହିଳାଙ୍କ ବିକଟାଳ ରୂପ; ଶରୀରରୁ ଅଲଗା ନାକ ଓ କାନ, ଡ୍ରାଗନ ପରି ହେବାକୁ କରିଛନ୍ତି ଅପରେସନ
20/01/2023 at 5:12 PM

ନୂଆଦିଲ୍ଲୀ: ପରିବର୍ତ୍ତିତ ମହିଳାଙ୍କ ବିକଟାଳ ରୂପ । ପଶୁଙ୍କ ପ୍ରେମରେ ପଡ଼ି ନିଜକୁ ସରୀସୃପଙ୍କ ଭଳି ସଜେଇଛନ୍ତି । ଦେଖିବାକୁ ଡ୍ରାଗନ ଠାରୁ ବି କିଛି କମ୍ ନୁହେଁ । ସରୀସୃପଙ୍କ ଭଳି ସଜେଇବାକୁ ନିଜ ଶରୀରରେ ସର୍ଜରୀ କରିଛନ୍ତି ଆମେରିକାରର ଟିଆମଟ୍ ଇଭା ମେଡୁସା । ଏଭଳି ଭୟଙ୍କର ରୂପରେ ଦେଖିଲେ ଆପଣ ବି ବିଚଳିତ ହୋଇଯିବେ ।
ଭାଇସ୍ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଟିଆମଟ୍ ଇଭା ମେଡୁସା ଆମେରିକାର ରିଚାର୍ଡ ହେର୍ନାଣ୍ଡିଜର ଆରିଜୋନାରେ ଜନ୍ମ ଗ୍ରହଣ କରିଥିଲା । ପ୍ରାରମ୍ଭରୁ ସେ ଗୃହପାଳିତ ପଶୁ ପ୍ରେମରେ ପଡ଼ିଯାଇଥିଲା । ପରେ ସେ ବିଷଧର ସାପଙ୍କୁ ନେଇ ନିଜ ଯାତ୍ରା ଆରମ୍ଭ କରିଥିଲେ । ସରୀସୃପଙ୍କ ଭଳି ଅବିକଳ ଦେଖାଯିବାକୁ ଉଦ୍ୟମ ଜାରି ରଖିଥିଲା । କେତେବେଳେ ଶରୀରରେ ଟାଟ୍ଟୁ ତ ପୁଣି କେତେବେଳେ ସର୍ଜରୀ କରିଥିଲେ । ଏବେ ସେ ନିଜ ଶରୀରକୁ ଆହୁରି ବିକଟାଳ କରିଛନ୍ତି । ଅସ୍ତ୍ରପଚାର କରି କାନ ଓ ନାକକୁ ବାହାର କରି ଦେଇଛନ୍ତି । ବିଷଧର ସାପ ଭଳ ନିଜ ଜିଭକୁ ଦୁଇ ଫାଳ କରିଛନ୍ତି । ନିଜରୁ ନୀଳ ରଙ୍ଗ କରିବା ସହିତ ଶରୀରରେ ଟାଟ୍ଟୁରେ ବିକଟାଳ ଭଳି ସଜେଇଛନ୍ତି । ଯାହା ଡ୍ରାଗନ ଭଳି ଭୟଙ୍କର ଦେଖାଯାଉଛି । ଆଉ ଏହି ଫଟୋ ମେଡୁସା ନିଜ ଇନଷ୍ଟା ଆଇଡରେ ପୋଷ୍ଟ କରିବା ପରେ ଫଲୋର୍ସଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି ପୋଷ୍ଟକୁ ପ୍ରାୟ ୨୫ ହଜାରରୁ ଅଧିକ ଲୋକ ଲାଇକ୍ କରିଛନ୍ତି ।
ନିଜକୁ ମହିଳା କହୁଥିବା ଏହି ତୃତୀୟ ଲିଙ୍ଗି ନିଜକୁ ସରୀସୃପ ଭଳି ପରିବର୍ତ୍ତିତ କରିଛନ୍ତି । ମେଡୁସା ପରିବର୍ତ୍ତନ ଆଣିବା ପାଇଁ ପ୍ରାୟ ହଜାରରୁ ଅଧିକ ପାଉଣ୍ଡ ଖର୍ଚ୍ଚ କରିଛନ୍ତି । ମହିଳାଙ୍କ ଜଣକ ଶରୀରକୁ ଚିତ୍ର ବିଚିତ୍ର କରିଛନ୍ତି । ବିଭିନ୍ନ ସ୍ଥାନରେ ଗଣ୍ଡାର ଚିତ୍ରଣ କରିଛନ୍ତି ମେଡୁସା ।
ଆଉଟଲୁକର ରିପୋର୍ଟ ମୁତାବକ, ଭେଦଭାବ, ଯୌନ ଶୋଷଣର ଶିକାର ହୋଇ ନିଜକୁ ଏଭଳି ପରିବର୍ତ୍ତନ କରିଛନ୍ତି । ମନ୍ୟୁଷର ପରିଚୟ ଦେବା ବଦଳରେ ସରୀସୃପଙ୍କ ପରି ନିଜ ଶରୀରକୁ ତିଆରି କରିଛନ୍ତି । କିଛି ଦିନ ତଳେ ମେସୁଡା ନିଜକୁ ସୋସିଆଲ୍ ମିଡିଆ ହ୍ୟାଣ୍ଡଲ ପରିବର୍ତ୍ତନ କରିବା ପୂର୍ବ ଏବଂ ପରର ଫଟୋ ସେୟାର କରିଛନ୍ତି ।