scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଫିଟନେସ ଟ୍ରେନରଙ୍କ ଚାରି ଅଭ୍ୟାସ, ଯାହା ରଖିଥାଏ ସବୁବେଳେ ସୁସ୍ଥ

10/02/2024 at 10:13 PM

ନୂଆଦିଲ୍ଲୀ: ଏକ ସୁସ୍ଥ ଜୀବନଶୈଳୀ ପାଇଁ ଅନେକ ଦିଗ ଉପରେ ଧ୍ୟାନ ଦେବା ଜରୁରୀ ହୋଇଥାଏ । ସକାଳରୁ ଆରମ୍ଭ କରି ଦିନ ଶେଷ ପର୍ଯ୍ୟନ୍ତ ଏଭଳି ଅନେକ ଜିନିଷ ଥାଏ ଯାହା ଆମର ଜୀବନଶୈଳୀକୁ ବେଶ୍ ପ୍ରଭାବିତ କରିଥାଏ। ତେଣୁ ଏକ ସୁସ୍ଥ ଜୀବନଶୈଳୀ ପାଇଁ ଖାଦ୍ୟପେୟ ଠାରୁ ଆରମ୍ଭ କରି ମାନସିକ ଚିନ୍ତା ଆଦି ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଆଉ ଯଦି ଆମେ ଏସବୁ ଦିଗରେ ଧ୍ୟାନ ଦେବା ତେବେ ଏକ ସୁସ୍ଥ ଜୀବନଶୈଳୀ ବଞ୍ଚିପାରିବା।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଚାରିଟି ଟିପ୍ସ ବିଷୟରେ କହିବୁ ଯାହାକୁ ନିୟମିତ ଅଭ୍ୟାସ କରିବା ଦ୍ବାରା ଆପଣ ଫିଟ୍ ରହିବା ସହ ଏକ ସୁସ୍ଥ ଜୀବନଶୈଳୀ ପାଇପାରିବେ । ଏହି ଟିପ୍ସ ଫିଟ୍‌ନେସ ଟ୍ରେନର ଋଷବ ତେଲଙ୍ଗଙ୍କ ଦ୍ବାରା ପ୍ରସ୍ତୁତ । ଏଥିରେ ଶାରୀରିକ, ମାନସିକ ଏବଂ ସାମଜିକ କଥା ମଧ୍ୟ ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ଚାରି ଟିପ୍ସ…

ଚଲାବୁଲା ସହ ଆରମ୍ଭ କରନ୍ତୁ ଦିନ

ଏମିତିରେ ତ’ ପ୍ରତିଦିନ ସକାଳେ ବ୍ୟାୟାମ କରିବା ଦ୍ବାରା ସୁସ୍ଥ ରହିଥାନ୍ତି। ତେବେ ବ୍ୟାୟାମ ପୂର୍ବରୁ ଯଦି ଆପଣ ଦିନର ଆରମ୍ଭ ଚଲାବୁଲା ସହ କରନ୍ତି, ବିଶେଷ କରି ବାହାରେ ସକାଳେ କିଛି ସମୟ ଚଲାବୁଲା କରୁଛନ୍ତି ତେବେ​‌ ଏହା ମଧ୍ୟ ବେଶ୍‌ ଭଲ ହୋଇଥାଏ। ଖୋଲା ପବନରେ ବାହାରେ ଚଲାବୁଲା କରିବା ଦ୍ବାରା ଶାରୀରିକ ଦୃଷ୍ଟିରୁ ଏହା ବେଶ୍ ସହାୟକ ହୋଇଥାଏ ବୋଲି କହିଛନ୍ତି ତେଲଙ୍ଗ ।

ସେହିଭଳି ଫିଟ୍‌ନେସ ଟ୍ରେନର ଗରିମା ଗୋଏଲ କହିଛନ୍ତି, ‘ଏହା ଆମ ଶରୀରର ମେଟାବୋଲିଜିମକୁ ସକ୍ରିୟ କରିଥାଏ ଏବଂ ଦିନସାରାର କ୍ୟାଲୋରୀ କମାଇବାରେ ସହଜ କରିଥାଏ । ଖାଲି ସେତିକି ନୁହେଁ ଏହା ଦ୍ବାରା ହାର୍ଟ ମଧ୍ୟ ସୁସ୍ଥ ରୁହେ, ମାନସିକ ସ୍ତରରେ ସୁସ୍ଥ ହେବାରେ ସହଜ ହୋଇଥାଏ।’ ସେ କହିଛନ୍ତି ଏପରି କରିବା ଦ୍ବାରା ମସ୍ତିଷ୍କରୁ ଏଣ୍ଡରଫିନ୍ ନିର୍ଗତ ହୋଇଥାଏ ଯାହା ମନକୁ ପ୍ରସନ୍ନ ରଖିବାରେ ସହାୟକ ହୋଇଥାଏ। ଆଉ ମନ ପ୍ରସନ୍ନ ରହିଲେ ଦିନ ମଧ୍ୟ ଭଲରେ କଟିଥାଏ। ଏହାଦ୍ବାରା ଷ୍ଟ୍ରେସ କମିଥାଏ।  

ଖରାରେ ବସିବା

ଗରିମା ଗୋଏଲ କୁହନ୍ତି ‘ସକାଳେ ସୂର୍ଯ୍ୟକିରଣରେ ବସିବା ସ୍ବାସ୍ଥ୍ୟ ପାଇଁ ବେଶ ହିତକର । ପ୍ରଥମତଃ ଏଥରୁ ଆମକୁ ଭିଟାମିନ ଡି ମିଳିଥାଏ। ଯାହା କ୍ୟାଲିସୟମର ଅବଶୋଷଣ, ହାଡ଼ ମଜବୁତ ଏବଂ ସ୍ବାସ୍ଥ୍ୟ ପ୍ରତିରକ୍ଷା ପ୍ରଣାଳୀକୁ ଉତ୍ତମ କରିବାରେ ଆବଶ୍ୟକ ହୋଇଥାଏ । ତେଲଙ୍ଗ କହିଛନ୍ତି ପ୍ରତିଦିନ ୧୦-୨୦ ମିନିଟ୍ ସକାଳେ ଖରାରେ ବସିବା ଦ୍ବାରା କିମ୍ବା ଧ୍ୟାନ କରିବା ଦ୍ବାରା ଖୁବ୍ ଲାଭ ହୋଇଥିବା। ସେ କହିଛନ୍ତି ଏହାକୁ ପ୍ରତିଦିନ କରିବା ଦରକାର। ତେବେ ଖରାରେ ବସିବା ପାଇଁ ସକାଳ ସମୟ ବେଶ୍ ଭଲ। କାରଣ ଏହି ସମୟରେ ୟୁଭି ଇଣ୍ଡେକ୍ସ କମ୍‌ ଥାଏ।

ପରିବାର ଏବଂ ବନ୍ଧୁଙ୍କ ସହ ସମୟ ବିତାଇବା:

ତେଲଙ୍ଗ ଆହୁରି ଏକ ଦିଗ ଉପରେ କହିଛନ୍ତି। ସେ କହିଛନ୍ତି ନିଜର ପ୍ରିୟଜନଙ୍କ ସହ ସମୟ ଅତିବାହିତ କରିବା ଦ୍ବାରା ଚିନ୍ତା, ଅବସାଦରୁ ହ୍ରାସ ହୋଇଥାଏ। ଏହାଦ୍ବାରା ଆପଣ କାମ କରିବାରେ ଅଧିକ ଉତ୍ସାହ ଆସେ। ସେହିଭଳି ଗରିମା କହିଛନ୍ତି, ଏହାଦ୍ବାରା ପରିବାରର ଲୋକଙ୍କ ସମର୍ଥନ ଅଧିକ ମିଳିଥାଏ। ଏକାକୀପଣ ଭାବନାକୁ ଦୂର କରିଥାଏ। ଚିନ୍ତା କମ୍‌ କରିବାରେ ଯୋଗଦାନ ରହିଥାଏ ଏବଂ ସମଗ୍ର ମାନସିକ ବିକଶିତ ହୋଇଥାଏ।

ପ୍ରତିଦିନ ପଢ଼ିବା:

ତେଲଙ୍ଗ କହିଛନ୍ତି ସେ ପ୍ରତିଦିନ ସର୍ବନିମ୍ନ ୧୦ ପୃଷ୍ଠା ପଢ଼ିଥାନ୍ତି। ପ୍ରତିଦିନ ପଢ଼ିବା ଅଭ୍ୟାସ ବିକଶିତ କରିବା ଏକ ଶକ୍ତିଶାଳୀ ଅଭ୍ୟାସ। ଏହା ଆପଣଙ୍କ ଜ୍ଞାନକୁ ଉନ୍ନତ୍ତ କରିବାରେ ସହାୟକ ହେବ। ସେ ଆହୁରି କହିଛନ୍ତି ଏହାକୁ ପ୍ରତିଦିନ କରିବାକୁ ହେବ, ଆପଣ ଯେଉଁ ବହି ପସନ୍ଦ ତାହା ପଢ଼ନ୍ତୁ। ଏହା ଯାହା ମାନସିକ ସ୍ତରରେ ସୁସ୍ଥ ରଖିଥାଏ। ଜ୍ଞାନର ବିସ୍ତାର କରିଥାଏ । ଯେଉଁଥିରେ ମନକୁ ଦୈନିକ ଅବସାଦରୁ ମୁକ୍ତି ମିଳିଥାଏ। ଏହା ସ୍କ୍ରିନ୍‌ରେ ବିତାଇଥିବା ସମୟ ଏବଂ ଡିଜିଟାଲ ତଥ୍ୟର ନିରନ୍ତରତାରୁ ମୁକ୍ତି ଦେଇଥାଏ। ଯାହାଦ୍ବାରା ମନ ଅଧିକ ଶାନ୍ତ ରହିଥାଏ ଏବଂ ଚିନ୍ତାରୁ ମୁକ୍ତି ମିଳିଥାଏ।

   Related Posts