ପ୍ରଶିକ୍ଷଣ ଦେଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ନିଖୋଜ୍
18/03/2023 at 8:25 PM

ବଲଘାଟ: ପୁଣି କ୍ରାସ୍ ହେଲା ବିମାନ। ଦୁଇ ପାଇଲଟ ନିଖୋଜ୍। ଶନିବାର ମଧ୍ୟପ୍ରଦେଶ ବଲଗାଟ ଜିଲ୍ଲାରେ ଏଭଳି ଘଟଣା ଘଟିଛି। ଦୁଇ ଜଣ ପ୍ରଶିକ୍ଷଣ ନେଉଥିବା ପାଇଲଟ୍ ବିମାନ ଉଡ଼ାଉଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଦୁଇ କ୍ରାସ୍ ହୋଇଥିବା ସୂଚନା ମିଳିଛି। ପିଟିଆଇରେ ଏହି ଖବର ପ୍ରକାଶ ପାଇଛି।
ବିମାନ କ୍ରାସ୍ ହୋଇଥିବା ଲାଞ୍ଜି ଓ କିରନପୁର ଏରିଆରେ ଏକ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ବଲଘାଟ ମୁଖ୍ୟାଳୟରୁ ୪୦ କିମି ଦୂର ଏହି ମୃତଦେହ ଉଦ୍ଧାର ହୋଇଛି ବୋଲି ଏସ୍ପି ସମୀର ସୌରଭ ପିଟିଆଇକୁ ସୂଚନା ଦେଇଛନ୍ତି। ତେବେ ମୃତଦେହ କାହାର ସେ ନେଇ ଚିହ୍ନଟ ପ୍ରକ୍ରିୟା ଜାରି ରହିଥିବା ବେଳେ ନିଖୋଜ ହୋଇଥିବା ମହିଳା ପାଇଲଟ ଖୋଜା ଚାଲିଛି ବୋଲି ଏସ୍ପି କହିଛନ୍ତି।
ତେବେ ପ୍ରାଥମିକ ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ବଲଘାଟ ଜିଲ୍ଲା ସୀମାନ୍ତ ମହାରାଷ୍ଟ୍ରର ଗୋନ୍ଦିଆ ଜିଲ୍ଲାର ବିର୍ସି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା।