Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରେନ ଟ୍ରାଜେଡି: ମୃତ ସଂଖ୍ୟାକୁ ନେଇ କ୍ୟାମେରା ସାମ୍ନାରେ ମମତା-ଅଶ୍ଵିନୀ କଥା କଟାକଟି

3/06/2023 at 8:05 PM

ବାଲେଶ୍ଵର: ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାକୁ ନେଇ ଘଟଣାସ୍ଥଳରେ ଶନିବାର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଥା କଟାକଟି ହୋଇଛି। ଏହି ସମୟରେ ମମତା ବାନାର୍ଜୀ ରେଲଓ୍ଵେର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ରେଳ ମନ୍ତ୍ରୀ ଥିବା ମମତା ରେଲଓ୍ଵେର କମ୍ୟୁନିକେଶନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ଲାଗୁଛି ରେଲଓ୍ଵେରେ ଯୋଗାଯୋଗର ଅଭାବ ରହିଛି। ରେଲଓ୍ଵେକୁ ସବୁଠୁ ଅଧିକ ସାବଧାନ ରହିବାର ଆବଶ୍ୟକତା ରହିଛି। ଲାଗୁଛି ରେଲଓ୍ଵେକୁ ଉପେକ୍ଷା କରାଯାଉଛି।

कैमरे के सामने रेल मंत्री से उलझ पड़ीं ममता, बताया मृतकों का गलत आंकड़ा; वैष्णव ने टोका

ମମତା ଏହା ମଧ୍ୟ ଜଣାଇଛନ୍ତି ଯେ, ସେ ରେଳ ମନ୍ତ୍ରୀ ଥିବା ସମୟରେ କଣ କଣ ବ୍ୟବସ୍ଥା କରିଥିଲେ। ଏହି ସମୟରେ ମୃତକଙ୍କ ସଂଖ୍ୟାକୁ ନେଇ ମମତା ଏବଂ ଅଶ୍ଵିନୀଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା। ମମତା ମୃତ ସଂଖ୍ୟା ଭୁଲ୍ କହିବାରୁ ରେଳ ମନ୍ତ୍ରୀ ଅଟକାଇ ମୃତକଙ୍କ ସଂଖ୍ୟା ୫୦୦ ନୁହେଁ ବରଂ ୨୩୮ ବୋଲି କହିଥିଲେ। ଆହୁରି ୩ଟି ବଗିରେ ମୃତଦେହ ରହିଛି ତେଣୁ ମୃତ୍ୟୁ ସଂଖ୍ୟା ବଢିବ ବୋଲି ମମତା କହିଥିଲେ। ଉଦ୍ଧାରକାର୍ଯ୍ୟ ସରିଗଲାଣି ବୋଲି ବୈଷ୍ଣବ କହିଥିଲେ। ଆଣ୍ଟି କୋଲିଜନ ସିଷ୍ଟମ ଥିଲେ ଦୁର୍ଘଟଣା ଘଟିନଥାନ୍ତା । ଯଦି ଟ୍ରେନରେ ଡିଭାଇସ ଥାଆନ୍ତା ତେବେ ଏହି ଦୁର୍ଘଟଣାକୁ ଏଡ଼ାଇ ଯାଇ ପାରିଥାନ୍ତା ବୋଲି ମମତା କହିଛନ୍ତି।

ମମତା ବାନାର୍ଜୀଙ୍କ ଏହି ବୟାନ ପରେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି, ଆମେ ପୂରା ପାରଦର୍ଶିତା ଚାହୁଁଛୁ। ଏହି ସମୟ ରାଜନୀତି କରିବାର ନୁହେଁ। ବରଂ ପୀଡ଼ିତଙ୍କ ଉଦ୍ଧାର ଏବଂ ଚିକିତ୍ସା ସୁବିଧା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଉଛି। ଆଉ ଏହି ସବୁ ଦୃଶ୍ୟ କ୍ୟାମେରା ସମ୍ମୁଖରେ ଘଟିଥିଲା।

ବାହାନଗାରେ ଘଟିଥିବା ଛାତିଥରା ରେଳ ଦୁର୍ଘଟଣାରେ ମୃତକ ସଂଖ୍ୟା ୩୦୦ ଟପିଛି। ଏହା ପୂର୍ବରୁ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ଘଟିଥିବା ମୁଖ୍ୟ ସଚିବ ପ୍ରଦୀପ ଜେନା କହିଥିଲେ। ତେବେ ସଦ୍ୟତମ ଖବର ଅନୁଯାୟୀ ଏନଡିଆରଏଫ ଦୁର୍ଘଟଣା ବଗିରୁ ଆଉ ୧୩ ମୃତଦେହ ଉଦ୍ଧାର କରିଛନ୍ତି। ଏହାକୁ ମିଶାଇ ମୃତକ ସଂଖ୍ୟା ୩୦୧କୁ ବୃଦ୍ଧି ଘଟିଛି। ଏବେ ମଧ୍ୟ ୮୦୦ରୁ ଅଧିକ ଆହତଙ୍କ ଚିକିତ୍ସା ଜାରି ରହିଛି। ସେଥିରୁ ୭୪୭ ସାମାନ୍ୟ ଆହତ ହୋଇଥିବା ବେଳେ ୫୬ ଜଣ ଗୁରୁତର ଅଛନ୍ତି।

   Related Posts