ହେମଗିରିରେ ରେଳରୋକ ଆନ୍ଦୋଳନ, ଝାରସୁଗୁଡା ଷ୍ଟେସନରେ ଅଟକି ରହିଛି ଟ୍ରେନ୍
3/10/2023 at 5:09 PM

ଝାରସୁଗୁଡା ୩।୧୦: ସୁନ୍ଦରଗଡ ହେମଗିରିରେ ରେଳରୋକ ଆନ୍ଦୋଳନ ଜାରି । ଫଳରେ ଝାରସୁଗୁଡା ରେଳ ଷ୍ଟେସନରେ ଏକ୍ସପ୍ରେସ ଅଟକି ରହିଛି । ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ସୁନ୍ଦରଗଡ ହେମଗିରିରେ ରେଳରୋକ ଆନ୍ଦୋଳନ ଯୋଗୁଁ ଝାରସୁଗୁଡାରେ ଆଜାଦହିନ୍ଦ ଏକ୍ସପ୍ରେସ, ଉତ୍କଳ ଏକ୍ସପ୍ରେସ୍ ଓ ବାମରାରେ ଅହମ୍ମଦାବାଦ ଏକ୍ସପ୍ରେସ ଅଟକି ରହିଛି । ଯାତ୍ରୀଙ୍କ ସୁବିଧା ପାଇଁ ସିକେପି ଡିଭିଜନ ପକ୍ଷରୁ ଷ୍ଟେସନମାନଙ୍କରେ ଟ୍ରେନ୍ ଅଟକାଇ ରଖାଯାଇଛି । ବୋଲି କୁହାଯାଉଥିଲେ ମଧ୍ୟ ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଟ୍ରେନ୍ ଅଟକି ରହିବା ଯୋଗୁଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଝାରସୁଗୁଡା-ବିଳାଶପୁର ରେଳ ଲାଇନର ହେମଗିରି ରେଳ ଷ୍ଟେସନରେ ସ୍ଥାନୀୟ ଲୋକେ ରେଳ ରହଣି ଦାବି କରିଥିବାରୁ ମଙ୍ଗଳବାର ସକାଳ ୭ଟା ଠାରୁ ଝାରସୁଗୁଡା ଜଙ୍କସନ ଓ ଝାରସୁଗୁଡା ରୋଡ଼ ଷ୍ଟେସନରେ ହାୱଡା-ଅହମ୍ମଦାବାଦ, ଆଜାଦହିନ୍ଦ ହାୱଡା ପୁନେ, ପୁରୀ-ହରିଦ୍ବାର ଉତ୍କଳ ଏକ୍ସପ୍ରେସ ଆଦି ଟ୍ରେନ ଅଟକି ରହିଛି । ଫଳରେ ଯାତ୍ରୀମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି ।
You Can Read :