ମାର୍ଚ୍ଚ ୩୧ ଯାଏଁ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବନ୍ଦ, ବୁକିଂ ଟଙ୍କା ଫେରସ୍ତ ପାଇବେ ଯାତ୍ରୀ

Published By : Prameya-News7 Bureau | March 22, 2020 IST

ନୂଆଦିଲ୍ଲୀ, ୨୨|୦୩:    ମାର୍ଚ୍ଚ ୩୧ ଯାଏଁ ଦେଶର ସମସ୍ତ ଯାତ୍ରୀ ବାହୀ ଟ୍ରେନ ଚଳାଚଳ ବନ୍ଦ । ରେଳ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ତେବେ ମାଲଗାଡ଼ି ସ୍ବାଭାବିକ ଭାବେ ଚଳାଚଳ କରିବ।  କିଛି କରୋନା ପଜିଟିଭ ରୋଗୀ ଟ୍ରେନ ଯୋଗେଁ ଯାତ୍ରା କରିଥିବାର ପ୍ରମାଣ ମିଳିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।

{"id":242642,"width":750,"height":455,"sizeSlug":"large"}

ଭିଓ-  ସବୁ ଟ୍ରେନ ବନ୍ଦ । ପ୍ଲାଟଫର୍ମରୁ ଭିଡ଼ ହଟାଅ। ଆଜି  ଜନତା କର୍ଫ୍ୟୁ ପାଇଁ ଟ୍ରେନ ଚଳାଚଳ ବନ୍ଦ ଥିବା ବେଳେ  ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଦେଶର ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳକୁ ବନ୍ଦ ଘୋଷଣା କରାଯାଇଛି । ରେଲୱେ ବୋର୍ଡ ବୈଠକରେ ଆଜି ଏହି ଜରୁରୀ ନିଷ୍ପତ୍ତି ନିଆଯାଇଥିଲା। କେବଳ ଯେଉଁ ଟ୍ରେନ ସକାଳ ୪ଟାରୁ ଯାତ୍ରା ଆରମ୍ଭ କରିଥିଲେ ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ଯାତ୍ରା କରିବେ। ନହେଲେ ଅନ୍ୟ ସମସ୍ତ ଯାତ୍ରୀ ବାହୀ ଟ୍ରେନର ଚଳାଚଳ ୯ ଦିନ ପାଇଁ ବନ୍ଦ କରାଯାଇଛି। ଏହା ପରେ ପ୍ଲାଟଫର୍ମରେ ଅପେକ୍ଷା କରିଥିବା ସମସ୍ତ ଯାତ୍ରୀଙ୍କୁ ସୂଚୀତ କରାଯାଇଛି।

{"id":242643,"width":749,"height":435,"sizeSlug":"large"}

ଯେଉଁ ଯାତ୍ରୀମାନେ ବୁକିଂ କରିଛନ୍ତି ସେମାନେ ସେମାନଙ୍କର ଟଙ୍କା ଫେରିପାଇବେ। ଏଥିପାଇଁ ଜୁନ ୨୧ ତାରିଖ ମଧ୍ୟରେ ସେମାନେ ଟିକେଟ କ୍ୟାନସେଲ କରି ସେମାନଙ୍କର ଟଙ୍କା ଫେରିପାଇବେ । ୨୧ ମାର୍ଚ୍ଚରୁ ୨୧ ଜୁନ ମଧ୍ୟରେ ଯାତ୍ରା କରୁଥିବା ଟ୍ରେନର  ଟିକେଟ ବାତିଲ ପାଇଁ ନିୟମ କୋହଳ କରାଯାଇଛି। ତରତର ହୋଇ ଟିକେଟ ବାତିଲ ପାଇଁ ଭିଡ ନ କରିବା ଲାଗି ପରାମର୍ଶ ଦେଇଛି ରେଳ ବିଭାଗ।

{"id":242644,"width":750,"height":467,"sizeSlug":"large"}

ହଠାତ ରେଳ ଚଳାଚଳ ବନ୍ଦ କରିବା ଲାଗି କାହିଁକି ନିଷ୍ପତ୍ତି ନେଲା ରେଳ ବୋର୍ଡ। କାରଣ କିଛି କରୋନା ପଜିଟିଭ୍‌ ଟ୍ରେନ ଯୋଗେଁ ଯାତ୍ରା କରୁଥିବା ଧରାପଡ଼ିଥିଲେ। ଏକାଧିକ ଟ୍ରେନରୁ ଏମିତି କରୋନା ପଜିଟିଭ୍‌ ଯାତ୍ରୀଙ୍କୁ ଧରାଯିବା ପରେ ସେମାନଙ୍କ ମାଧ୍ୟମରେ ଅନ୍ୟ ଯାତ୍ରୀଙ୍କୁ ରୋଗ ଡେଇଂଥିବା ଆଶଙ୍କା ବଢ଼ିବାରେ ଲାଗିଛି। ବେଙ୍ଗଳୁରୁ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସନରୁ କରୋନା ରୋଗୀଙ୍କୁ ଚିହ୍ନଟ ପରେ ପୂରା ଟ୍ରେନକୁ ସାନିଟାଇଜ୍‌ କରାଯାଇଥିଲା। ଟ୍ରେନରେ କରୋନା ସଂକ୍ରମଣ ଆଶଙ୍କା ବଢୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସେପଟେ ଓଡ଼ିଶାରେ ଆନ୍ତରାଜ୍ୟ ବସ ଚଳାଚଳ ବନ୍ଦ କରିବା ଲାଗି ଘରୋଇ ବସ୍‌ ମାଲିକ ସଂଘ ନିଷ୍ପତ୍ତି ନେଇଛି। ପୂର୍ବରୁ ଏନେଇ କରୋନା ମୁକାବିଲା କମିଟିରେ ପ୍ରସ୍ତାବ ଦିଆଯାଇଥିଲା। କରୋନା ସଂକ୍ରମଣ ରୋକିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.