ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ମହଙ୍ଗା ହେବ ରେଳ ଯାତ୍ରା!
29/09/2020 at 4:06 PM

ନୂଆଦିଲ୍ଲୀ ୨୯/୦୯: ଏଣିକି ଆପଣଙ୍କୁ ଟ୍ରେନ ଯାତ୍ରା ପାଇଁ ଗଣିବାକୁ ପଡ଼ିବ ଅଧିକ ଟଙ୍କା। ଅର୍ଥାତ୍ ରେଲଓ୍ବେର ନୂଆ ନିୟମ ପରେ ଟ୍ରେନ ଟିକେଟ୍ ମହଙ୍ଗା ହୋଇପାରେ। ଭାରତୀୟ ରେଲଓ୍ବେ ଏବେ ଏୟାରପୋର୍ଟ ଭଳି ରେଳ ଷ୍ଟେସନରୁ ୟୁଜରଙ୍କଠାରୁ ଟଙ୍କା ନେବ। ସୂତ୍ର ଅନୁସାରେ ଆସନ୍ତା ମାସରେ ମୋଦି କ୍ୟାବିନେଟ୍ ରେଳଓ୍ବେ ୟୁଡିଏଫକୁ ମଞ୍ଜୁରି ମିଳିପାରେ। ତେବେ ଏହି ଚାର୍ଜ ପ୍ରାରମ୍ଭରୁ କିଛି ରେଳ ଷ୍ଟେସନ ଉପରେ ଲାଗୁ ହେବ। ଏହାକୁ ୟୁଜର ଚାର୍ଜ ଟିକଟ ରାଶିରେ ଯୋଡାଯିବ। ତେବେ ଏହି ଚାର୍ଜ ଯୋଡି ହେବା ଦ୍ବାରା ଟ୍ରେନ୍ ଟିକେଟ୍ ଟିକେ ମହଙ୍ଗା ହୋଇଯିବ।
ଏହି ନୂଆ ନିୟମ ପରେ ସମୁଦାୟ ରେଳ ଷ୍ଟେସନରୁ ୧୦ରୁ ୧୫ ପ୍ରତିଶତ ୟୁଜର ଚାର୍ଜ ଆଦାୟ କରାଯାଇପାରେ। ଏମିତି ସମୁଦାୟ ୧୦୫୦ ଷ୍ଟେସନକୁ ମନୋନୀତ କରାଯାଇଛି। ଷ୍ଟେସନ ଫୁଟଫଲ ବଢ଼ାଯିବା ପାଇଁ ଏ ଚେଷ୍ଟା କରାଯାଉଛି। ଫୁଟଫଲ ବଢ଼ିବାରୁ ଷ୍ଟେସନର କ୍ଷମତା ବଢ଼ାଇବା ପାଇଁ ତାକୁ ଡେଭଲପମେଣ୍ଟରେ ଯୋଡାଯିବ। ଯେଉଁ ଷ୍ଟେସନର ରି-ଡେଭଲପମେଣ୍ଟରେ କରାଯିବ ସେହି ଷ୍ଟେସନରେ ହିଁ ୟୁଜର ଚାର୍ଜ ଆଦାୟ କରାଯିବ।

ପ୍ରାରମ୍ଭିକ ଭାବେ ୧୦ ଟଙ୍କାରୁ ୩୫ ଟଙ୍କା ୟୁଟିଏଫ ଚାର୍ଜ ଲାଗୁ ହୋଇପାରେ। ଏହା ଅଲଗା ଅଲଗା ଶ୍ରେଣୀରେ ୟୁଜର ଫି’ ଲାଗୁ ହେବ। ସୂତ୍ର ଅନୁସାରେ ପାଞ୍ଚଟି କ୍ୟାଟାଗରିରେ ୟୁଡିଏଫ ଲାଗୁ ହୋଇପାରେ। ସବୁଠୁ ଅଧିକ ଏସି-୧ ଉପରେ ଲାଗୁ ହେବ। ତେବେ ସ୍ଲିପର ଉପରେ ଲାଗୁ ହେବ ସବୁଠୁ କମ ଫି’।
ଅର୍ଥାତ ଏସି୧ ଉପରେ ୩୫-୪୦ ଟଙ୍କା, ଏସି୨ରେ ୩୦ ଟଙ୍କା, ଏସି୩ରେ ୨୫-୩୦ ଓ ସ୍ଲିପର ଉପରେ ୧୦ ଟଙ୍କା ଲାଗୁ ହେବ। ଅବଶ୍ୟ ଦେଶର ବଡ଼ ବଡ଼ ଷ୍ଟେସନକୁ ଆଧୁନିକ ଓ ଓ୍ବାଲର୍ଡ କ୍ଳାସ କରିବା ପାଇଁ ରେଲଓ୍ବେ ପିପିପି ମଡେଲରେ ଏହି କାମ କରୁଛି। ଷ୍ଟେସନ ରି-ଡେଭଲପମେଣ୍ଟ୍ ପ୍ରୋଜେକ୍ଟ ଅଧିନରେ ଷ୍ଟେସନକୁ ପ୍ରାଇଭେଟ୍ ପ୍ଲେୟାରୁ ହସ୍ତାନ୍ତର କରାଯିବ। ଏହାର ପ୍ରତିବଦଳରେ ପ୍ରାଇଭେଟ୍ ପ୍ଲେୟାର ଇନକମକୁ ନୂଆ ନୂଆ ବାଗରେ ରେଲଓ୍ବେ ପ୍ରଦାନ କରୁଛି। ଯେଉଁଥିରେ ୟୁଜର ଡେଭଲପମେଣ୍ଟ୍ ଫି’ ସାମିଲ ରହିଛି। ନୂଆଦିଲ୍ଲୀ, ମୁମ୍ବାଇ ସିଏସଟି, ଜୟପୁର, ନାଗପୁର, ଅହମଦାବାଦ, ହବିବଗଞ୍ଜ, ଚେନ୍ନାଇ, ଅମୃତସର ଭଳି କିଛି ଷ୍ଟେସନ ଏହି ତାଲିକାରେ ସାମିଲ ଅଛନ୍ତି।