ହାଇଓ୍ବାକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରେନ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | June 11, 2021 IST

ପାରାଦୀପ ୧୧।୬: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଏକ କୋଇଲା ବୋଝେଇ ହାଇଓ୍ବାକୁ ଧକ୍କା ଦେଲା ଟ୍ରେନ୍ । ଦୁର୍ଘଟଣାରେ ଧକ୍କାରେ ହାଇଓ୍ବାଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ ମାର ହୋଇଯାଇଥିବା ବେଳେ ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଦିନ ୧୨ଟା ସମୟରେ ଏକ ଟ୍ରେନ ବନ୍ଦର ଭିତରକୁ ପ୍ରବେଶ କରୁଥିଲା । ଏହି ସମୟରେ ୩ ନମ୍ବର ଗେଟ୍ ପାଖ ୮ ନମ୍ବର ପ୍ଲଟରୁ କୋଇଲା ବୋଝେଇ କରି ଆସୁଥିବା ଓଡ଼ି-୨୧-ଜି-୭୦୮୭ ନମ୍ବର ବିଶିଷ୍ଟ ଏକ ହାଇଓ୍ବାକୁ ଟ୍ରେନଟି ଜୋରରେ ଧକ୍କା ଦେଇଥିଲା । ଟ୍ରେନ୍ ଟି ଧକ୍କା ଦେଇ କିଛି ବାଟ ହାଇଓ୍ବାକୁ ଘୋଷାଡି ନେଇଥଲା ।

{"id":464445,"sizeSlug":"large","linkDestination":"none"}

ତେବେ ସେହି ସ୍ଥାନରେ ରେଳ ଧାରଣା ପାର ହୋଇ ସବୁଦିନ ହଜାର ହଜାର ଟ୍ରକ୍ ଯାତାୟତ କରୁଥିଲେ ମଧ୍ୟ କେହି ଜଗୁଆଳ ନଥିବାରୁ ଏଭଳି ଦୁର୍ଘଟଣା ବାରମ୍ବାର ଘଟୁଛି । ଟ୍ରେନ୍ ଆସିଲେ ସତର୍କତା ପାଇଁ କେବଳ ଏକ ସାଇରନ୍ ବାଜୁଛି । ଫଳରେ ଯାତାୟାତ କରୁଥିବା ଭାରିଯାନଗୁଡିକ ଅଧିକାଂଶ ସମୟରେ ଉକ୍ତ ସାଇରନକୁ ଶୁଣିନପାରିବାରୁ ଦୁର୍ଘଟଣା ଘଟୁଛି । ଏଥିପ୍ରତି ବନ୍ଦର କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.