କେନ୍ଦ୍ରାପଡାରେ ଗଡିବ ଟ୍ରେନ୍, ହରିଦାସପୁର-ପାରାଦୀପ ରେଳ ଲାଇନ୍‌ରେ ଗଡିଲା ଇଞ୍ଜିନ୍

Published By : Prameya-News7 Bureau | June 29, 2019 IST

କେନ୍ଦ୍ରାପଡା ୨୯|୬: ଆଜି ପରୀକ୍ଷାମୂଳକ ଭାବେ କେନ୍ଦ୍ରାପଡାରୁ ଗଡିଲା ଟ୍ରେନ୍ ଇଞ୍ଜିନ । ଖୁବଶୀଘ୍ର କେନ୍ଦ୍ରାପଡାବାସୀଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ହରିଦାସପୁର-ପାରାଦ୍ବୀପ ରୁଟରେ ଗଡିଛି ଏହି ଟ୍ରେନ୍ ଇଞ୍ଜିନ । ଏହି ଟ୍ରେନ୍ ଇଞ୍ଜିନରେ ବୈଷୟିକ ଟିମ୍ ଯାଇ ପରୀକ୍ଷାମୂଳକ ଚଳାଚଳର ଯାଞ୍ଚ କରିଛନ୍ତି। ଫଳରେ କେନ୍ଦ୍ରାପଡାକୁ ଟ୍ରେନ୍ ଗଡିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି ।

{"id":128456}

ସୂଚନାଯୋଗ୍ୟ ଯେ, ୧୯୯୯ ମସିହାରୁ ଏହି ପ୍ରୋଜେକ୍ଟ ପାଇଁ ଶିଳାନ୍ୟାସ ହୋଇଥିଲା । ତେବେ କେନ୍ଦ୍ର ସରକାରଙ୍କ ଉଦାସୀନତା ଯୋଗୁଁ ଏହାର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା । ୮୨ କିଲୋମିଟରର ଏହି ପ୍ରୋଜେକ୍ଟରେ ୩ଟି ଜିଲ୍ଲା ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁର ଦେଇ ଟ୍ରେନ ଚଳାଚଳ କରିବ । ଗତ କିଛି ବର୍ଷ ହେବ ଏହି ପ୍ରୋଜେକ୍ଟର କାର୍ଯ୍ୟକୁ ତ୍ୱରାନିତ୍ୱ କରାଯାଇଥିଲା । ଆଉ ଶିଳାନ୍ୟାସର ଦୀର୍ଘ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ କେନ୍ଦ୍ରାପଡା ମାଟିରେ ଗଡିଛି ଟ୍ରେନ୍ ଇଞ୍ଜିନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.