ଚଣ୍ଡିଖୋଲ ୧୩।୯: ଅଧାରେ ଅଟକିଲା ବାଲେଶ୍ୱର-ଭୁବନେଶ୍ୱର ପାସେଞ୍ଜେର ଟ୍ରେନ୍ । ଟ୍ରେନ୍ଟି ଟ୍ରାକ୍ରେ ଦୀର୍ଘ ସମୟ ଧରି ଅଟକି ରହିଥିଲା ।
ସୂଚନାଯୋଗ୍ୟ ଯେ, ବାଲେଶ୍ୱର-ଭୁବନେଶ୍ୱର ଟ୍ରେନ୍ଟି ବାଲେଶ୍ୱରରୁ ବାହାରି ଭୁବନେଶ୍ୱର ଅଭିମୁଖେ ଯାଉଥିବା ସମୟରେ ଯାଜପୁର ଜିଲ୍ଲା ନୂଆ ଗଡ଼ମଧୁପୁର ଷ୍ଟେସନ ନିକଟରେ ପାସେଞ୍ଜରଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଟ୍ରେନ୍ଟି ଅଟକି ରହିଛି । ଟ୍ରେନ୍ଟି ଦୀର୍ଘ ସମୟ ଧରି ଅଟକି ରହିବା ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ବିଭିନ୍ନ ଟ୍ରେନ୍ ସାହାଯ୍ୟରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଟ୍ରେନ୍ର ମରାମତି କାର୍ଯ୍ୟ ଜାରି ରହିଛି ।
You Can Read :
wp:embed {"url":"https://www.prameyanews7.com/water-level-rises-in-telengiri-dam/","type":"wp-embed","providerNameSlug":"prameya-news-7"} /wp:embed