ଢେଙ୍କାନାଳ ୨୨।୨: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ଼ ଷ୍ଟେସନ ନିକଟରେ ଦୁର୍ଘଟଣା । ଚଳନ୍ତା ଟ୍ରେନ୍ ଇଞ୍ଜିନରେ ଅଗ୍ନିକାଣ୍ଡ ଘଟିଛି । ହୁତୁ ହୁତୁ ହୋଇ ଜଳୁଛି ଟ୍ରେନ୍ ଇଞ୍ଜିନ । ଚଳନ୍ତା ଇଞ୍ଜିନରୁ ତଳକୁ ଡେଇଁ ପଡିଲେ ଲୋକ ପାଇଲଟ୍ । ଲୋକ ପାଇଲଟ ସୁରକ୍ଷିତ ଥିବା ଜଣାପଡିଛି ।
ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ । ପୂର୍ବତଟ ରେଳପଥର ଗୋବିନ୍ଦପୁର ଠାରେ ଏହି ଯୋରନ୍ଦା ରୋଡ଼ ଷ୍ଟେସନ । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଇଞ୍ଜିନଟି କଟକ ଅଭିମୁଖେ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି ।
You Can Read :