ଟ୍ରେନ ଧକ୍କାରେ ଦନ୍ତାର ମୃତ୍ୟୁ , ଦୁର୍ଘଟଣା ପରେ ଲାଇନଚ୍ୟୁତ ହେଲା ଇଞ୍ଜିନ୍

Published By : Prameya-News7 Bureau | December 21, 2020 IST

ସମ୍ବଲପୁର ୨୧।୧୨ : ସମ୍ବଲପୁରରେ ପୁଣି ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଭବାନୀପାଲି ଗାଁ ନିକଟରେ ଟ୍ରେନ ଲାଇନ ପାର ହେଉଥିବାବେଳେ ଟ୍ରେନ ଧକ୍କାରେ ହାତୀର ମୃତ୍ୟୁ ହୋଇଛି।

{"id":380429,"sizeSlug":"large","linkDestination":"none"}

ଖବର ଅନୁଯାୟୀ, ରବିବାର ରାତି ୧.୧୫ରୁ୧.୩୦ ଭିତରେ ପୁରୀ -ସୁରଟ ସ୍ପେଶାଲ ଟ୍ରେନ୍ ହାତୀକୁ ଧକ୍କା ଦେଇଥିଲା । ହାତୀ ପଲ ରେଳ ଧାରଣା ପାର ହେଉଥିବାବେଳେ ଟ୍ରେନ୍ ଧକ୍କା ଦେଇଥିଲା । ହାତୀ ପଲକୁ ଧକ୍କା ଦେବା ପରେ ଟେନର ଇଞ୍ଜିନ ଓ କିଛି ଚକ ଟ୍ରାକ ତଳକୁ ଖସିଯାଇଥିଲା । ଏପରିକି ଟ୍ରେନ୍‌ର କିଛି ବଗି ଟ୍ରାକ୍‌ରୁ ଖସିପଡିଥିବା ସୂଚନା ରହିଛି । ଦୁର୍ଘଟଣା ପରେ ହାତୀଟି ଇଞ୍ଜିନରେ ଫସି ଯାଇଥିଲା। ଯାହାଫଳରେ ସେହି ଲାଇନରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଆଖ ପାଖ ଷ୍ଟେସନରେ ମଧ୍ୟ କିଛି ଟ୍ରେନ ମଧ୍ୟ ଅଟକି ରହିଛି ।

{"id":380430,"sizeSlug":"large","linkDestination":"none"}

ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ରେଳ ବିଭାଗ କର୍ମାଚାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ ମରାମତି କାମ ଆରମ୍ଭ କରିଛନ୍ତି। ଇଞ୍ଜିନରେ ଫସିଥିବା ହାତୀକୁ ଉଦ୍ଧାର କରି ଇଞ୍ଜିନକୁ ଟ୍ରାକକୁ ଆଣିବାକୁ କାମରେ ଲାଗିଛନ୍ତି। ତେବେ ଟ୍ରେନଟି ଟ୍ରାକରୁ ଖସି ଯାଇଥିଲେ ମଧ୍ୟ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି ।

{"id":380431,"sizeSlug":"large","linkDestination":"none"}

ବନ ବିଭାଗର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିପରି ଘଟଣାସ୍ଥଳରେ ସମ୍ବଲପୁର ଡିଆର୍‌ଏମ୍‌ ପହଞ୍ଚି ଦୁର୍ଘଟଣା ସଂପର୍କରେ ତଥ୍ୟ ଅନୁଧ୍ୟାନ କରୁଛନ୍ତି । ସେପଟେ ଗାଡିରେ ଅଟକି ଥିବା ଯାତ୍ରୀମାନଙ୍କୁ ଆଉ ଏକ ଗାଡି ଯୋଗେ ସ୍ଥାନାନ୍ତର କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.