ପାସେଞ୍ଜର ଏବଂ ମାଲବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା, ୫୦ ଯାତ୍ରୀ ଆହତ

Published By : Prameya-News7 Bureau | August 17, 2022 IST

ମୁମ୍ବାଇ ୧୭।୦୮ : ମହାରାଷ୍ଟ୍ର ଗୋଦିଁଆରେ ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା । ଏକ ପାସେଞ୍ଜର  ଓ ମାଲଗାଡି ଟ୍ରେନ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି । ଯେଉଁଥିରେ ୫୦ରୁ ଅଧିକ ଯାତ୍ରା ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ଏପିରିକି ଏହି ଦୁର୍ଘଟଣା ପରେ ପାସେଞ୍ଜର ଟ୍ରେନ୍‌ର କିଛି ବଗି ଟ୍ରାକ୍‌ରୁ ଖସିପଡିଥିବା ଜଣାପଡିଛି ।

ଖବର ଅନୁଯାୟୀ, ରାୟପୁରରୁ ନାଗପୁର ଆସୁଥିଲା ପାସେଞ୍ଜର ଟ୍ରେନ୍‌ । ଏହି ସମୟରେ ଗୋଦିଁଆ ସହର ନିକଟରେ ଏକ ମାଲଗାଡି ଟ୍ରେନ୍‌ ସହ ଧକ୍କା ହୋଇଥିଲା । ଯାହାଫଳରେ ପାସେଞ୍ଜର ଟ୍ରେନ୍‌ ଏକ ବଗି ଟ୍ରାକ୍‌ରୁ ଖସିଯାଇଛି । ଯେଉଁଥିରେ ୧୩ ଜଣ ଗୁରୁତର ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।

ସେପଟେ ଏପରି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣାରେ ମୋଟ ୫୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେହିପରି ଦୁର୍ଘଟଣା ସଂପର୍କରେ ସୂଚନା ପାଇ ରେଳଓ୍ୱେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ସୁଦ୍ଧା ସେହି ରୁଟ୍‌ରେ ଟ୍ରେନ୍‌ ଚଳାଚଳା ବାଧାପ୍ରାପ୍ତ ହୋଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.