ପୁରୀ-ଦୁର୍ଗ ଟ୍ରେନ୍ ଧକ୍କାରେ ପୂର୍ବତନ ସାଂସଦଙ୍କ ପୁଅ ମୃତ, ମର୍ଣ୍ଣିଂୱାକ୍ ସାରି ଫେରୁଥିବାବେଳେ ହେଲା ଦୁର୍ଘଟଣା
28/01/2023 at 9:57 AM

ସୁବର୍ଣ୍ଣପୁର ୨୮/୦୧: ଆଖିବୁଜିଲେ ପୂର୍ବତନ ସାଂସଦ ବାଲଗୋପାଳ ମିଶ୍ରଙ୍କ ପୁଅ ଅବିନାଶ ମିଶ୍ର । ମର୍ଣ୍ଣିଂୱାକ୍ ସାରି ଫେରୁଥିବାବେଳେ ଧକ୍କା ଦେଲା ପୁରୀ-ଦୁର୍ଗ ଟ୍ରେନ୍ । ଘରକୁ ଫେରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫାଟକ ପାର୍ ହେଇଥିବା ସମୟରେ ଧକ୍କା ଦେଇଥିଲା ଟ୍ରେନ୍ । ତାକୁ ସଂଗେ ସଂଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।
ସୂଚନାଥାଉକି, ଅବିନାଶ ମିଶ୍ର ପ୍ରତ୍ୟେକ ଦିନ ଭଳି ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ ଆସୁଥିଲେ । ଡୁଙ୍ଗୁରିପାଲି ରେଳ ଫାଟକ ଠାରେ ଅବିନାଶ ପାର୍ ହେଇଥିବା ସମୟରେ ପୁରୀ-ଦୁର୍ଗ ଟ୍ରେନ ଧକ୍କା ଦେଇଥିଲା । ଫଳରେ ଅବିନାଶ ଛିଟିକି ପଡ଼ି ଟ୍ରେନ୍ ଲାଇନ୍ କଡକୁ ପଡିଥିଲେ । ସ୍ଥାନୀୟଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେବାସହ ୧୦୮ ଆମ୍ବୁଲାନ୍ସକୁ ଯୋଗେ ଡୁଙ୍ଗୁରିପାଳି ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡୁଙ୍ଗୁରିପାଲି ଅଞ୍ଚଳରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।