ଟିକେ ଭୁଲ୍‌ ପାଇଁ ଚାଲିଗଲା ଜୀବନ: ମାଡିଗଲା ଟ୍ରେନ୍, ଅଲଗା ହୋଇଗଲା ଗଣ୍ଡି-ମୁଣ୍ଡ

Published By : Prameya-News7 Bureau | December 20, 2020 IST

ରାଇରଙ୍ଗପୁର୨୦/୧୨: ଅସାବଧାନତା ଯୋଗୁଁ ଚାଲିଗଲା ଜୀବନ। ଟ୍ରେନ୍‌ ଲାଇନ୍‌ରେ ବିଦ୍ୟୁତକରଣ ନିମନ୍ତେ କାର୍ଯ୍ୟ କରୁଥିବା ସୁପରଭାଇଜରଙ୍କ ଉପରେ ମାଡି ଗଲା ଟ୍ରେନ, ଚାଲିଗଲା ଜୀବନ। ସୁପରଭାଇଜରଙ୍କ ଗଣ୍ଡି-ମୁଣ୍ଡ ଅଲଗା ହୋଇଯାଇଛି। ମିଳିଥିବା ସୂଚନା ମୁତାବକ, ମୋବାଇଲରେ କଥା ହେବା ଯୋଗୁଁ ସୁପରଭାଇଜର ଜଣଙ୍କ ଅନ୍ୟମନସ୍କ ଥିଲେ। ଯାହାଫଳରେ ତାଙ୍କ ଉପରେ ଟ୍ରେନଟି ମାଡି ଯାଇଥିଲା। ପୁଣି ସେ କାନରେ ଇୟର ଫୋନ୍‌ ଲଗାଇ କଥା ହେଉଥିଲେ।

ମୟୁରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡର ଛଣୁଆ ଷ୍ଟେସନ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି।ସୂଚନା ମୁତାବକ ରେଳ ଭିଭାଗର ବିଦ୍ୟୁତ କରଣ କାର୍ଯ୍ୟ ତଦାରଖ କରୁଥିବା ସୁପର ଭାଇଜର  ଜଣଙ୍କ ମୋବାଇଲରେ କଥା ହବାରେ ବ୍ୟସ୍ତ ଥିଲେ।ବାଦାମପାହାଡ଼ରୁ ମାଲ ବୋଝେଇ ଟ୍ରେନ ଟାଟା ଯାଉଥିଲା କିନ୍ତୁ ସୁପର ଭାଇଜର ଜଣକ ଜାଣି ପାରି ନ ଥିଲେ। ମୃତକ ହେଲେ  ଝାରଖଣ୍ଡର ଖରସୁଆଁ ଅଞ୍ଚଳର ଅଙ୍କିତ ମିଶ୍ର  ଏବଂ ସେ ଠିକା ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.