ଟ୍ରାକରୁ ଖସିଲା ମାଲବାହୀ ଟ୍ରେନ୍‌, ଚାଲିଛି ମରାମତି କାମ

Published By : Prameya-News7 Bureau | October 13, 2022 IST

ସମ୍ବଲପୁର ୧୩।୧୦ :  ସମ୍ବଲପୁରରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ । ବୁଧବାର  ରାତିରେ ସରଲା ନିକଟରେ ଏକ ସିମେଣ୍ଟ ବୋଝେଇ ମାଲ ଗାଡି ଲାଇନ ଚ୍ୟୁତ ହୋଇଥିଲା l ତେବେ ଘଟଣାସ୍ଥଳରେ ରେଳ କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କାମ କରିଥିଲେ । କିନ୍ତୁ ଗୁରୁବାର ସକାଳୁ ଝାରସୁଗୁଡା -ସମ୍ବଲପୁର ଏବଂ ରାଉରକେଲା -ଭୁବନେଶ୍ୱର ପାସେଞ୍ଜର ବାତିଲ କରାଯାଇଛି l

ସେହିପରି ୩ଟି ଟ୍ରେନର ଗତିପଥ ମଧ୍ୟ ପରିବର୍ତ୍ତନ କରାଯାଇଛି l ଏହି ଟ୍ରେନ ଗୁଡିକ ରାଉରକେଲା -ଗୁଣପୁର ଏକ୍ସପ୍ରେସ, ଧାନବାଦ -ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଓ ପୁରୀ -ଇନ୍ଦୋର ଏକ୍ସପ୍ରେସ । ଏହି ସବୁ ଟ୍ରେନ ଝାରସୁଗୁଡାରୁ ସିଧା ସମ୍ବଲପୁର ମୁଖ୍ୟ ଷ୍ଟେସନ ଦେଇ ତାଳଚେର ଲାଇନକୁ ପରିବର୍ତ୍ତନ କରାଯାଇଥିବା ସମ୍ବଲପୁର ରେଳ ବିଭାଗ ସୂଚନା ଦେଇଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.